ଭାରତ-ପାକିସ୍ତାନ ଯୁଦ୍ଧରେ ନୂଆ ମୋଡ

0

ଭାରତ-ପାକିସ୍ତାନ ଯୁଦ୍ଧରେ ନୂଆ ମୋଡ । ପୂର୍ବରୁ ଏହି ଯୁଦ୍ଧରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଶୁଣାଯାଉଥିବା ବେଳେ, ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମନ୍ତବ୍ୟ କିଛି ଅଲଗା କହୁଛି । ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ  ଆମର କୌଣସି କାମ ନାହିଁ।  କିନ୍ତୁ ଆମେ ଯୁଦ୍ଧର ମଧ୍ୟଭାଗରେ ସାମିଲ ହେବୁ ନାହିଁ। ଏଥିରେ ଆମର କୌଣସି କାମ ନାହିଁ।

ଆମେରିକା ଭାରତୀୟମାନଙ୍କୁ ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ କିମ୍ବା ପାକିସ୍ତାନୀମାନଙ୍କୁ ବି ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ। ତେଣୁ, ଆମେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଜିନିଷକୁ ଅନୁସରଣ କରିବା ଜାରି ରଖିବୁ ବୋଲି ଜେଡି ଭାନ୍ସ ଏକ ସାକ୍ଷାତକାରରେ କହିଛନ୍ତି।  “ଆମର ଆଶା ଯେ ଏହା କେବେ ପରମାଣୁ ସଂଘର୍ଷରେ ପରିଣତନ ହେଉ ” ।