ସେମିଳିଗୁଡ଼ା ମହାବିଦ୍ୟାଳୟରେ ନୂଆ ଓଡିଶା ,ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

0

ସେମିଳିଗୁଡ଼ା/ଦଶରଥ ମାଛ:କୋରାପୁଟ ଜିଲ୍ଲା ସେମିଲିଗୁଡା ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ସରକାରଙ୍କ ନୂଆ ଓଡିଶା ,ନବୀନ ଓଡିଶା କାର୍ୟ୍ୟକ୍ରମର ଉଦଯାପନୀ ଉତ୍ସବ ସେମିଲିଗୁଡା ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମାରଞ୍ଜନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ ,ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ,ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢ଼ୀ ,ପୌର ପରିଷଦ ଅଧ୍ୟକ୍ଷ ଡ ରାଜେନ୍ଦ୍ର କୁମାର ପାତ୍ର,ପୂର୍ବତନ ସାଂସଦ ଝୀଂନ ହିକକା ,ସେମିଲିଗୁଡା ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୃଷ୍ଣ ସିଂହ,ପରିଚାଳନା ସମିତି ସଭାପତି ଡ଼ ପ୍ରଦୀପ କୁମାର ବେହେରା ପ୍ରମୁଖ ଏବଂ ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ନିର୍ଦେଶକ ଡ ତ୍ରିନାଥ ପ୍ରସାଦ ରଥ ଯୋଗଦେଇ ନଭେମ୍ବର ୧୫ ତାରିଖରୁ କ୍ରୀଡା,ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ସାମାଜିକ ଗତିବିଧିର ଅଂଶ ଭାବେ ହୋଇଥିବା ବିଭିନ୍ନ ପ୍ରକାର କ୍ରୀଡା ,ସାଂସ୍କୃତିକ ଏବଂ ସାମାଜିକ ଗତିବିଧିରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ଏବଂ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କଦ୍ୱାରା ପୁରସ୍କୃତ କରାଯାଇଥିଲା। ନୋଡାଲ ଅଫିସର ଶ୍ରୀ ପ୍ରେମାନନ୍ଦ ରାଉତ,ସଂଯୋଜକ ଶ୍ରୀ ହର ପ୍ରସାଦ ପତି ,ଡ ବିଦ୍ୟୁତ ପ୍ରଭା ରାଉତ,ଶ୍ରୀମତୀ ପିଙ୍କି ଗୋୟଲଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭୋଜନର ବ୍ୟବସ୍ଥା ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଏହି ଅଭିନବ ଯୋଜନାରେ ସମସ୍ତ ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦ ସହକାରେ ସମାରୋହକୁ ଉପଭୋଗ କରିଥିଲେ।ସରକାରଙ୍କର ଏହି ନୂତନ ଅଭିନବ ଯୋଜନାକୁ ଅଧ୍ୟକ୍ଷ ଡ଼ ପଟନାୟକ ଭୁୟସୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ ।