(ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ବରଗଡ଼ ଓ ଝାରସୁଗୁଡ଼ାର ଜିଲ୍ଳାପାଲ ବଦଳି ଛନ୍ତି । ବରଗଡ଼ ଜିଲ୍ଳାପାଳ ଭାବେ ଜ୍ୟୋାତି ରଂଞ୍ଜନ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଳାପାଳ ଭାବେ ସରୋଜ କୁମାର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଲାପାଳ ଥିଲେ ଜ୍ୟୋତି ରଂଞ୍ଜନ । ବରଗଡ଼ ଜିଲ୍ଲାପାଳ ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ୟ ଯୋଗାଣ ନିଗମର ଏମଡ଼ି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସରତ ଚନ୍ଦ୍ର ମିଶ୍ରଙ୍କୁ ସମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ , ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ , ସନ୍ତୋଷ ସାହୁ ଙ୍କୁ ବୋର୍ଡ଼ ଅଫ ରେଭିନ୍ୟୁର ଯୁଗ୍ମ ସଚିବ, ବିଶ୍ୱରଂଞ୍ଜନ ରଥଙ୍କୁ ସୁନ୍ଦରଗଡ଼ ଡ଼ିଆରଡ଼ିଏ ଏପିଡ଼ି ଭାବେ ନିଯୁକ୍ତି ଦିଆଯାଇଛି ।