ଦୁବାଇ(ରିପୋର୍ଟର୍ସ ଟୁଡେ): ଚଳିତ ଆପିଏଲର ବଳକା ମ୍ୟାଚକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ୨୦୨୧ର ବଳକା ମ୍ୟାଚ ଖେଳାଯିବ । ମୋଟ ବାକି ଥିବା ୩୧ଟି ମ୍ୟାଚ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ,ଶାରଜାହ ଏବଂ ଆବୁଧାବିରେ ଖେଳାଯିବ । ତେବେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ସମୟରେ କୌଣସି ଅସୁବିଧା ନ ହେଉ ସେଥିପାଇଁ ବିସିସିଆଇ କୋଭିଡ ମୁକାବିଲା ନେଇ ନିୟମାବଳୀ ପ୍ରସ୍ତୁତ କରିଛି ।
କଣ ରହିଛି ଆଇପିଏଲର ନୂଆ ନିୟମ:-
ମ୍ୟାଚ ସମୟରେ ଯଦି ବଲ ବାଉଣ୍ଡ୍ରି ବାହାରକୁ ବା ଷ୍ଟାଣ୍ଡକୁ ଯାଏ, ତେବେ ଏହି ବଲ ପୁଣିଥରେ ମ୍ୟାଚରେ ବ୍ୟବହାର କରାଯିବ ନାହିଁ । ଏହା ବଦଳରେ ଆଉ ଏକ ନୂଆ ବଳରେ ବାକି ମ୍ୟାଚ ଖେଳାଯିବ । ଗତ ପର୍ଯ୍ୟାୟରେ ଷ୍ଟାଣ୍ଡ ଖାଲି ଥିଲା, ତେଣୁ ଏହାକୁ ସାନିଟାଇଜ କରାଯାଇ ପୁଣି ସେହି ବଲରେ ମ୍ୟାଚ କରାଯାଉଥିଲା । କିନ୍ତୁ ନୂଆ ନିୟମ ଅନୁସାରେ ଏହି ବଲକୁ ସାନିଟାଇଜ କରି ଖେଳା ନଯାଇ ନୂଆ ବଳ ଏଥିରେ ବ୍ୟବହାର କରାଯିବ । ତେବେ ଏଥର ଷ୍ଟାଡିୟମକୁ ଦର୍ଶକଙ୍କୁ ଅନୁମତି ମିଳତପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସୁରକ୍ଷାକୁ ନଜରରେ ରଖି ଏଭଳି ଏକ ବଡ ପଦକ୍ଷେପ ନେଇଛି ବିସିସିଆଇ । କେବଳ ଆଇପିଏଲ ନୁହେଁ ଟି-୨୦ ବିଶ୍ୱକପ ସମୟରେ ମଧ୍ୟ ଦର୍ଶକଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି ଦେବା ପାଇଁ ପ୍ରସ୍ତୁତ ଥିବା କହ÷ିଛି ୟୁଏଇ । ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ ।