ନୂଆଦିଲ୍ଲୀ : ଏଣିକି ସିମକାର୍ଡ କିଣିବା ପଡିବ ମହଙ୍ଗା । ନୂଆ ସିମକାର୍ଡ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସିମକାର୍ଡ କିଣିବା ଓ ଏହାକୁ ଆକ୍ଟିଭେଟ କରିବା ପ୍ରକ୍ରିୟା ଜଟିଳ ହେବ । ଏନେଇ କେନ୍ଦ୍ର ସରକାର ନୂଆ ନିୟମ ଲାଗୁକରିବାକୁ ଯାଉଛନ୍ତି ।
ଜଣେ ବ୍ୟକ୍ତି ନାଁ ରେ ଏବେ ଅଧିକ ସିମକାର୍ଡ ରହିବ ନାହିଁ । ଆଉ ଯେଉଁମାନେ ବିନା ପ୍ରମାଣ ପତ୍ରରେ ସିମକାର୍ଡ ବ୍ୟବହାର କରୁଥିବାର ପ୍ରମାଣ ହେବେ ସେମାନଙ୍କୁ ୧୦ ଲକ୍ଷ ଫାଇନ ଦେବାକୁ ପଡିବ । ଟେଲିକମ୍ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହି ନିୟମ ଅକ୍ଟୋବର ୧ରୁ ଲାଗୁ ହେବ । ନୂଆ ନିୟମ ଲାଗୁ ପରେ ସିମ୍ କାର୍ଡ କିଣୁଥିବା ଦୋକାନୀଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିବ।