ନୂଆଦିଲ୍ଲୀ: ନୂଆ ଆଦେଶ ଜାରି କରି ତିନୋଟି ନିୟମ ବିଷୟରେ କହିଛନ୍ତି ଏଲନ ମସ୍କ । ନୂଆ ନିର୍ଦେଶ ଅନୁସାରେ , ଏବେ ଟ୍ୱିଟରରେ ମନ ଇଛା ପୋଷ୍ଟ କରିବା ଓ ପଢିବା ଉପରେ ଲାଗିବ ରୋକ । ଏଣିକି ଟ୍ୱିଟରରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତାର ସୀମା ନିର୍ଦ୍ଦାରଣ କରିଛନ୍ତି ଏଲନ ମସ୍କ । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟୁ ଧାରୀଙ୍କ ଉପରେ କଟକଣା ଲଗାଯାଇଛି । ଅସ୍ଥାୟୀ ଭାବେ ଏହି କଟକଣା ଲାଗୁ କରାଯାଉଥିବା ଟ୍ୱିଟ କରି ଜଣାଇଛନ୍ତି ଏଲନ ମସ୍କ । ଭେରିଫାଏଡ ଆକାଉଣ୍ଟୁ ଦିନକୁ ୧୦ ହଜାର ପୋଷ୍ଟ ପଢି ପାରିବେ । ସେହିପରି ଭେରିଫାଏଡ ହୋଇନଥିବା ଆକାଉଣ୍ଟୁ ଧାରୀ ଦିନକୁ ୧ହଜାର ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟୁ ଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢି ପାରିବେ । ପୂର୍ବରୁ ଭେରିଫାଏ ଆକାଉଣ୍ଟୁ ଦିନକୁ ୬ହଜାର , ଅନଭେରିଫାଏଡ ଆକାଉଣ୍ଟ ଧାରୀ ୬୦୦ ଓ ନୂଆ ଆକାଉଣ୍ଟୁ ଧାରୀ ସର୍ବାଧିକ ୩୦୦ଟି ପୋଷ୍ଟ ବଢି ପାରିବେ ବୋଲି ଟ୍ୱିଟ କରିଥିଲେ ମସ୍କ ।
ବିଭିନ୍ନ ସଂଗଠନ ଟ୍ୱିଟର ତଥ୍ୟକୁ ବେଶ ସକ୍ରିୟ ଭାବେ ଚୋରି କରୁଥିବା ଅଭିଯୋଗ ରହିଛି । ଏହା ଦ୍ୱାରା ଟ୍ୱିଟର ଆକାଉଣ୍ଟୁ ଧାରୀଙ୍କ ଉପରେ ପ୍ରଭାବ ପଡୁଛି । ସେ ଓପନଏଆଇ, ଚ୍ୟାଟଜିପିଟି ଭଳି କୃତ୍ରିମ ବୃଦ୍ଧିର କମ୍ପାନୀ ଗୁଡିକ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ।ଟ୍ୱିଟର ତଥ୍ୟ କୁ ଏହି କମ୍ପାନୀଗୁଡିକ ନେଇ ସେମାନଙ୍କ ଭାଷାରେ ମଡେଲରେ ବ୍ୟବହାର କରୁଥିବା କହିଥିଲେ ।