୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ ଲାଗୁ ହେବ : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

0

ଭୁବନେଶ୍ୱର: ନୂଆ ସିଲାବସ ଲାଗୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ ଲାଗୁ ହେବ । NEP ଲାଗୁ ପରେ ପରିବର୍ତ୍ତନ ପାଇଁ କମିଟି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସିଲାବସ୍ ପରିବର୍ତ୍ତନ କରାଯିବ । ଆମ ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂଆ ରୂପରେ ଆସିବ ନୂଆ ସିଲାବସ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ ହେବ ତାହା ସିଲାବସରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।