୬ ରାଜ୍ୟ କୁ ମୋଦୀଙ୍କ ନୂଆବର୍ଷ ଭେଟି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବବର୍ଷ ଅବସର ରେ ୬ ଟି ରାଜ୍ୟ କୁ ଲାଇଟ୍ ହାଉସ୍ ଉପହାର ଦେଇଛନ୍ତି । ୨୦୨୧ ରେ ମୋଦୀ ଙ୍କ ପ୍ରଥମ କାର୍ଯ୍ୟକ୍ରମ ହେଉଛି ଲାଇଟ୍ ହାଉସ୍ ପ୍ରୋଜେକ୍ଟ । ଆଜି ଭିଡ଼ିଓ କନଡଫରେନ୍ସିଂ ଜରିଆ ରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ ଆଧାରରେ ୬ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଉପହାର ଦେଇଛନ୍ତି।
ସହରୀ ଭାରତ ର ରୂପରେଖ ବଦଳାଇବାରେ ଏହା ମୋଦୀ ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରୋଜେକ୍ଟ ରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୬ ରାଜ୍ୟ ର ଗରିବ ଲୋକ ଙ୍କୁ ମଜବୁତ୍ ଓ ଭୂକମ୍ପରୋଧୀ ଘର ଯୋଗାଇଦେବେ । ସେହି ୬ ରାଜ୍ୟ ଗୁଡ଼ିକ ହେଲେ ତ୍ରିପୁରା , ଆନ୍ଧ୍ରପ୍ରଦେଶ , ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ , ଗୁଜୁରାଟ , ଝାରଖଣ୍ଡ ଏବଂ ତାମିଲନାଡ଼ୁ । ଏହି ପ୍ରୋଜେକ୍ଟ ରେ ଆଧୁନିକ ଟେକ୍ନୋଲୋଜି ଓ ଇନୋଭେଟିବ୍ ଆଇଡ଼ିଆ ଉପରେ କାମ କରିବ । ଲାଇଟ ହାଉସ୍ ପ୍ରୋଜେକ୍ଟ ରେ ଦେଶ ରେ ୬ଟି ସହର ରେ ୩୬୫ ଦିନ ରେ ୧ହଜାର ଘର ତିଆରି ହେବ । ବିଦେଶ ଟେକ୍ନୋଳୋଜି ରେ ଲାଇଟ ହାଉସ ତିଆରି ହେବ ।

Edit by Sushree Biswajeeta