୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବୟ କଟ କରିବ ଇଣ୍ଡିଆ ମେଣ୍ଟ । ଏହି ଆଙ୍କରଙ୍କ ଦ୍ୱାରା କରାଯାଉଥିବା ଆଲେଚନାକୁ ସେମାନଙ୍କୁ ନ ପଠାଇବାକୁ ନିସ୍ପତି ନିଆଯାଇଛି । ଏହି ନିଷ୍ପତି ନିଆଯାଇଛି ଇଣ୍ଡିଆର ପ୍ରଥମ ସମନ୍ୱୟ ମେଣ୍ଟରେ । ୧୪ ଟିଭି ଆଙ୍କରଙ୍କ ତାଲିକା ମଧ୍ୟ ଜାରି କରାଯାଇଛି । କଂଗ୍ରେସ ମୁଖପାତ୍ର ପୱନ ଖେଡା ଇଣ୍ଡିଆ ମେଣ୍ଟରେ ଏହି ନିସ୍ପତିକୁୁ ଠିକ ବୋଲି କହିଛନ୍ତି ପୱନ ଖେଡା । ସେ କହିଛନ୍ତି କିଛି ଟିଭି ଚ୍ୟାନେଲଗୁଡିକ ଗତ ୯ ବର୍ଷ ଧରି ଘୃଣାର ବଜାର ସୃଷ୍ଟି କରିଛନ୍ତି । ଏହି ଚ୍ୟାନେଲଗୁଡ଼ିକୁ ଆଉ ସୁଯୋଗ ଦେବନାହିଁ ବୋଲି ସେ କହିଛନ୍ତି । ସମାଜରେ ଘୃଣା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟ ପକ୍ଷ ହେବାକୁ ଚାହେନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ନେଇ କହିଛନ୍ତି, ୧୯୭୫ରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ବି ବ୍ୟକ୍ତି ସ୍ବାଧୀନତା ଉପରେ ଏଭଳି ଅଙ୍କୁଶ ଲାଗିନଥିଲା।
ଇତିମଧ୍ୟରେ ଆପ୍ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ୯ ପ୍ରମୁଖ ଟିଭି ନ୍ୟୁଜ୍ ଚ୍ୟାନେଲର ଉକ୍ତ ଆଙ୍କରମାନଙ୍କ ତାଲିକା ଜାରି କରିଛି । ଆପ୍ ଜାରି କରିଥିବା ତାଲିକାରେ ରହିଛନ୍ତି ନ୍ୟୁଜ୍ ୧୮ର ଅମନ ଚୋପ୍ରା, ଅମିଷ ଦେବଗନ ଏବଂ ଆନନ୍ଦ ନରସିଂହା, ଭାରତ ଏକ୍ସପ୍ରେସର ଆଦିତି ତ୍ୟାଗୀ, ଡିଡି ନ୍ୟୁଜ୍ର ଅଶୋକ ଶ୍ରୀବାସ୍ତବ, ଆଜ୍ତକର ସୁଧୀର ଚୌଧୁରୀ, ଚିତ୍ରା ତ୍ରିପାଠୀ, ଭାରତ୨୪ର ରୁବିକା ଲିୟାକତ, ‘ଇଣ୍ଡିଆ ଟୁଡେ’ର ଗୌରବ ସାୱନ୍ତ ଏବଂ ଶିବ ଅରୁର୍, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର, ଟାଇମ୍ସ ନାଓ ନବଭାରତର ନବିକା କୁମାର ଏବଂ ସୁଶାନ୍ତ ସିହ୍ନା, ରିପବ୍ଲିକ ଭାରତର ଅର୍ନବ ଗୋସ୍ବାମୀ ।