ଆସନ୍ତାବର୍ଷ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର: ଆସନ୍ତାବର୍ଷ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ । ରାଞ୍ଚିରୁ ଫେରି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାବର୍ଷ ଓଡ଼ିଶାରେ ବୈଠକ କରିବାକୁ ଅନୁରୋଧ କରିଥିଲି । ଏନେଇ ଗୃହମନ୍ତ୍ରୀ ଅମିତ ଶାହ ରାଜି ହେବା ସହ ପୁରୀରେ ବୈଠକ କରିବାକୁ ପ୍ରସ୍ତାବ ଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହମନ୍ତ୍ରୀ ଅମିତ ସାହା ବୈଠକରେ ଅଧ୍ୟକ୍ଷତା କରିଥିଲେ । ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ରାତିରେ ଓଡିଶା ଫେରିଛନ୍ତି । ଓଡିଶା ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଫଳତାର ସହ ବୈଠକ ଶେଷ ହୋଇଛି । ସାମାଜିକ, ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ଅପହଞ୍ଚ ସ୍ଥାନରେ ବିକାଶ ପହଞ୍ଚାଇବାକୁ ଫୋକସ୍‌ କରାଯିବ । ଏବେବି ଅନେକ ସ୍ଥାନରେ ବ୍ୟାକିଂ ସୁବିଧା ପହଞ୍ଚିନି, ପହଞ୍ଚାଯିବ । ମହିଳାଙ୍କୁ କିପରି ଆହୁରି ସଶକ୍ତ କରାଯିବ ସେ ଉପରେ ବି ଗୁରୁତ୍ବ ଦେବା କଥା କହିଛନ୍ତି । ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ମାଓବାଦୀ ଦମନ ହେବ । ସେଥିପାଇଁ ଆକ୍ସନ ମୋଡ଼ରେ ଅଛନ୍ତି ଅମିତ ଶାହା। ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।