ଭୁବନେଶ୍ୱର: ନୟାଗଡ ଆଖୁପଦର ପାଖ ଜଙ୍ଗଲରୁ ଫାର୍ମ ହାଉସ ଉଚ୍ଛେଦ ପାଇଁ ଏନଜିଟିଙ୍କ ଅର୍ଡର । ରଣପୁର ତହସିଲ ଆଖୁପଦର ନିକଟ ସ୍ୱସ୍ତିକ ଫାର୍ମ ହାଉସକୁ ଉଚ୍ଛେଦ କରିବା ପାଇଁ ଏନଜିଟି ଅର୍ଡର କରିଛନ୍ତି ।
ସୂଚନା ଅନୁଯାୟୀ , ଏହି ଫାର୍ମହାଉସଟି ସଂରକ୍ଷିତ ଜଙ୍ଗଲରେ ବେଆଇନଭାବେ ନିର୍ମାଣ ହୋଇଥିବା କୁହାଯାଉଛି । ଯେଉଁଥି ପାଇଁ ଏହାକୁ ଉଚ୍ଛେଦ କରିବା ପାଇଁ ଏନଜିଟିଙ୍କ ଅର୍ଡର ଦେଇଛନ୍ତି । ଏହା ସହ ପରିବେଶ ବାବଦ କ୍ଷତି ଅର୍ଥ ଆଦାୟ କରିବାକୁ ମଧ୍ୟ ନିର୍ଦ୍ଧେଶ ନିଆଯାଇଛି । ଏନେଇ ଜିଲ୍ଲା ପାଳ ଓ ସ୍ଥାନୀୟ ଡିଏଫଓଙ୍କୁ ଏନଜିଟି ଅର୍ଡର ଦେଇଛନ୍ତି ।