କର୍ଣ୍ଣାଟକରେ ନାଇଟ୍ କର୍ଫ୍ୟୁ ଜାରି

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦେଖି ଅନେକ ରାଜ୍ୟ କଡା କଟକଣା ଆରମ୍ଭ କରିଛନ୍ତି ।

0

(ଦିଲ୍ଲୀ) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦେଖି ଅନେକ ରାଜ୍ୟ କଡା କଟକଣା ଆରମ୍ଭ କରିଛନ୍ତି । କେରଳ, ହରିୟାଣାରେ କଟକଣା କଡାକଡି ହେଉଛି । ତେବେ ଏହା ମଧ୍ୟରେ କର୍ଣ୍ଣାଟକ ସରକାର ରାଜ୍ୟରୁ ୱିକେଣ୍ଡ କର୍ଫ୍ୟୁ ସମାପ୍ତ କରିବା ପାଇଁ ଘୋଷଣା କରିଛନ୍ତି କିନ୍ତୁ ଏହି ସମୟରେ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସୂଚନାନୁଯାୟୀ , ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ମାମଲାରେ ହ୍ରାସ ଦେଖିବାକୁ ମିଳିବା ପରେ ଦିଲ୍ଲୀରୁ ୱିକେଣ୍ଡ କରଫ୍ୟୁ ହଟାଇବା ଉପରେ ବିଚାର କରାଯାଉଛି । ଦିଲ୍ଲୀ ସରକାର LGଙ୍କୁ ପତ୍ର ଲେଖି ଦୋକାନ ବଜାର ଖୋଲିବା ପାଇଁ ଲାଗୁ ଅଡ୍-ଇଭେନ୍ ସିଷ୍ଟମ ମଧ୍ୟ ହଟାଇବା ପାଇଁ ସୁପାରିଶ କରିଛନ୍ତି । କର୍ଣ୍ଣାଟକ ସରକାର ୱିକେଣ୍ଡ କର୍ଫ୍ୟୁ ହଟାଇବାର ନିଷ୍ପତ୍ତି ନେଇଛନ୍ତି କିନ୍ତୁ କରୋନାର ପ୍ରକୋପ ଉପରେ ନିୟନ୍ତ୍ରଣ ରଖିବା ପାଇଁ ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କରଫ୍ୟୁ ଜାରି ରହିବ ।