ଭୁବନେଶ୍ୱର; ଆଗକୁ ବଢିବ ରାତିର ତାପମାତ୍ରା । ଧିରେ ଧିରେ କମିବ ଶୀତ । ଆସନ୍ତା ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ । ସକାଳୁ ଭଦ୍ରକ,କେନ୍ଦ୍ରାପଡା , ଜଗତସିଂହପୁର,ପୁରୀ,କେନ୍ଦୁଝର,ସମ୍ବଲପୁର,ଝାରୁସୁଗୁଡା,ବଲାଙ୍ଗୀର କଳାହାଣ୍ଡି ଓ ଗଞ୍ଜାମରେ କୁହୁଡି ହୋଇଛି । ଗୁରୁବାର ସମ୍ବଲପୁର ,ଝାରସୁଗୁଡା,ବଲାଙ୍ଗୀର ଗଞ୍ଜାମ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ।
ଦାରିଙ୍ଗଗାଡିରେ ରାତି ୮ଡିଗ୍ରୀ ସେଲସିୟସ ,କୋରାପୁଟରେ ୯.୪ ଡିଗ୍ରୀ ରହିଥିଲା । ଫୁଲବାଣୀରେ ୧୦ ,ରାଉରକେଲାରେ ୧୧.୩,ଅନୁଗୁଳରେ ୧୧.୬,ଭଦ୍ରକରେ ୧୧.୮, ଝାରସୁଡା ଓ ଭବାନୀପାଟଣାରେ ୧୨ ଡିଗ୍ରୀ ରହିଥିଲା । ଅଧିକାଶ ସ୍ଥାନର ତାପମାତ୍ରା ୧୩ ଡିଗ୍ରରୁ ଅଧିକ ରେକର୍ଡ ରହିଥିଲା ।