ଆସନ୍ତା ତିନି ଦିନ ଆଉ ବଢ଼ିବ ରାତି ତାପମାତ୍ରା

0

ଭୁବନେଶ୍ୱର:  ରାଜ୍ୟରେ ଶୀତ ଆହୁରି କମିପାରେ ।  ଆସନ୍ତା ତିନି ଦିନ ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ  ରାତି ତାପମାତ୍ରା ବଢ଼ିବା ସହ ଦିନ  ବେଳାର ତାତି ବି ଉପରମୁହାଁ  ହେଉଛି ।

ଗୁରୁବାର ଗୋଟିଏ ଦୁଇଟି  ସ୍ଥାନକୁ ଛାଡ଼ି ବାକି ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ଜାନୁୟାରୀ ମାସ ଶେଷ ନ ହେଉଣୁ ତାତି ଆରମ୍ଭ ହୋଇଗଲାଣି । ଟାଣ ଖରା ଯୋଗୁ ଦିନବେଳା ଗରମ ଅନୁଭୂତ ହେଉଛି । ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୮ ଡିଗ୍ରୀ  ରେକର୍ଡ ହୋଇଛି । ସମ୍ବଲପୁରରେ  ୩୩.୪, ସୁନ୍ଦରଗଡ଼ରେ ୩୩.୨,  ଟିଟିଲାଗଡ଼ରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର ଓ  ବରଗଡ଼ରେ ୩୨.୫, ଭୁବନେଶ୍ୱରରେ  ୩୨.୪, ଅନୁଗୁଳରେ ତାପମାତ୍ରା  ୩୨.୩ ଡିଗ୍ରୀ ରେକର୍ଡ ହୋଇଛି ।