ନିମ୍ବ ବୃକ୍ଷ ରୋପଣ କାର୍ଯ୍ୟର ଶୁଭ ଆରମ୍ଭ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ପଟ୍ଟନାୟିକିଆ ଠାରୁ ବୀରଗୋବିନ୍ଦପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ନିମ୍ବ ବୃକ୍ଷ ରୋପଣ କାର୍ଯ୍ୟର ଶୁଭ ଆରମ୍ଭ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଜାଗ ପରିବାର ପକ୍ଷରୁ ଏହି ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଥାନା ଅଧିକାରୀ ତପନ କୁମାର ରାଉତ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ , ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତ , ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା , ବିଧାୟକ ଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା , ସାମାଜିକ କର୍ମୀ , ସୁରେଶ୍ କୁମାର ସାହୁ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ଜନପ୍ରତିନିଧି ,ଯୁବ ଶକ୍ତି, ମହିଳା ଗୋଷ୍ଠୀ, ସ୍ୱେଚ୍ଛାସେବୀ ବଂଧୁ, ବିଜୁ ଯୁବ ବାହିନୀ ର ସଦସ୍ୟ ମାନେ ଯୋଗଦାନ କରିଥିଲେ । ଭଜନ କିର୍ତ୍ତନ ସହିତ ବୃକ୍ଷ ରୋପଣ କରାଯାଇଥିଲା ।