(ଗୋପ /ଜୟନ୍ତ କୁମାର ସେଠୀ ) : ପୁରୀ ଜିଲ୍ଲା ନିମାପଡା ତହସିଲ୍ କାର୍ୟ୍ୟାଳୟ ପରିସରରେ ରେ ଗଞ୍ଜେଇ ଚାଷହେବା ଦେଖିବାକୁ ମିଳିଛି। ଏମିତିବି ନିମାପଡା ତହସିଲ କାର୍ୟ୍ୟଳୟ ପରିସରରେ ବିରାଟ ବିରାଟ ଗଞ୍ଜେଇ ଗଛ ଦେଖିବା କୁ ମିଳିଛି । ଗଞ୍ଜେଇ ଗାଡ଼ିକୁ ପାଞ୍ଚ ସାତ ଫୁଟ୍ ଉଚ୍ଚତା ଲମ୍ବା ହେଲାଣି ହେଲେ ତହସିଲ୍ କାର୍ୟ୍ୟାଳୟର କର୍ମଚାରୀମାନ ଆଖିରେ ପଡୁନି ଗଞ୍ଜେଇ ଗଛ ଗୁଡ଼ିକୁ ଓପାଡିବା ପାଇଁ। କିଛି ଦିନ ତଳେ ନିମାପଡା ଅଞ୍ଚଳରେ ଧଳା ଜହର କବଳରେ ଥିବାବେଳେ, ଚୋରା ଦେଶୀ ,ବିଦେଶୀ ମଦ, ଗଞ୍ଜେଇ ଆଦି ନିଶା କାରବର ବୃଦ୍ଧି ପାଇଛି।ସରକାରଙ୍କ ରାଜସ୍ବ ବୃଦ୍ଧି ପାଇଁ ତହସିଲ କାର୍ୟ୍ୟାଳୟ ପରିସରରେ ଗଞ୍ଜେଇ ଚାଷ କରାଯାଇଥିବା ତହସିଲ ବ୍ଳକ ଛକ ଚା ଖଟିରେ ଆଲୋଚନା ହେଉଛି ।ଅବକାରୀ ବିଭାଗ କୁ ଖବର ଦେବା ପରେ ଅବକାରୀ କର୍ମଚାରୀ ଗଛଗୁଡିକୁ ନଷ୍ଟ କରିଥିଲେ ।