(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ ପଞ୍ଚାୟତର ବଡ଼ନିନୀଗାଁ ଗଉଡ଼ ସାହିରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ଫଳରେ ରାସ୍ତା ନିର୍ମାଣ ବନ୍ଦ ହେବା ସହିତ ପୋଲିସ ମୁତୟନ ହୋଇଛି । ସୁଚନା ଅନୁଯାୟୀ, ବଡ଼ନିନୀଗାଁ ଗଉଡ଼ ସାହରୁ ଲଳିତା ପହଣ୍ଡି ୨.୫ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବର୍ତ୍ତମାନ ରାସ୍ତା ଟି ଅଧାପନ୍ତରିଆ ହୋଇ ପଡ଼ିରହିିଛି । ଉକ୍ତ ରାସ୍ତା ଟି ବର୍ତ୍ତମାନ ୯୬୩,୯୬୪, ୯୬୫ ନଂ ପ୍ଲଟ ଉପରେ ନିର୍ମାଣ କରାଯାଉଥିବାରୁ ବିବାଦ ସ୍ୃଷ୍ଟି ହୋଇଛି । ମାତ୍ର ୯୫୭ ନଂ ପ୍ଲଟ ଉପରେ ନିର୍ମାଣ ପାଇଁ ତହସିଲଦାର ଅଡ଼ର କରିଥିବା ବେଳେ ରାସ୍ତା ଟି ଅନ୍ୟ ପ୍ଲଟରେ ତିଆରି କରାଯାଉଛି । ଉକ୍ତ ପ୍ଲଟ ଟି ଉଦୟ ନାଥ ଜେନା, ନବଘନ ଜେନା, କୁମର ଜେନା ଏବଂ ରାଜକିଶୋର ଜେନା ନାମରେ ରହିଛି । ଖବର ପାଇଁ ଅତିରିକ୍ତ ତହସିଲଦାର ଓ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ଥିଲେ । ତାଙ୍କ ଉପସ୍ଥିତରେ ରାସ୍ତା ନିର୍ମାଣ ଆରମ୍ଭ ହେବା ମାତ୍ରେ କେ ଜେନା ପରିବାରର ମହିଳା ମାନେ ପ୍ରତିବାଦ କାରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଜାଣେ ମହିଳା ଆହତ ହୋଇ ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ପାଇଁ ପଠାଯାଇଛି ।
.