ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ
ନୂଆ ରାଷ୍ଟ୍ରୀୟ ରେକର୍ଡ ହାସଲ କରି ୮୯.୩୦ ମିଟର ଥ୍ରୋ ଫୋପାଡି ପାଭୋ ନୁରର୍ମୀରେ ନୀରଜ ଜିତିଛନ୍ତି ରଜତ ପଦକ ।
ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗିଲେ ନିରଜ । ପୁଣି ଏକ ନୂଆ ରାଷ୍ଟ୍ରୀୟ ରେକର୍ଡ ହାସଲ କରିଛନ୍ତି ନୀରଜ ଚୋପ୍ରା । ଅଲମ୍ପିକ୍ସ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ଫିନଲ୍ୟାଣ୍ଡର ପାଭୋ ନୁରର୍ମୀ ଗସ୍ତରେ ରଜତ ପଦକ ଜିତିବାରେ ସଫଳ ହୋଇଛନ୍ତି । ୮୯.୩୦ ମିଟର ଥ୍ରୋ ଫୋପାଡି ପାଭୋ ନୁରର୍ମୀରେ ନୀରଜ ଜିତିଛନ୍ତି ରଜତ ପଦକ । ଗତବର୍ଷ ମାର୍ଚ୍ଚରେ ପଟିୟାଲାରେ କରିଥିବା ୮୮.୭ ମିଟର ଥ୍ରୋର ରାଷ୍ଟ୍ରୀୟ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି ।
Golden Great @Neeraj_chopra1 does it again !
• Neeraj Chopra threw 89.30 metres at Paavo Nurmi Games to create a new National Record !
Absolutely THRILLED 😎
You’ve got to see his throw ! pic.twitter.com/wwKYLj9KU3
— Anurag Thakur (@ianuragthakur) June 14, 2022
ପ୍ରାୟ ୧୦ମାସ ପରେ ପାଭୋ ନୁରମୀ ଗେମ୍ସର ପ୍ରଥମ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ନୀରଜ ଚୋପ୍ରା | ହେଲେ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଅଲିଭର ହେଲେଣ୍ଡରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି | ୮୯.୯୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅଲିଭର୍ ହେଲାଣ୍ଡର୍ । ପ୍ରାୟ ୯୦ ମିଟର ମାର୍କ ଛୁଇଁବାରେ ସଫଳ ହୋଇଛନ୍ତି ସୁନା ପୁଅ ନିରଜ । ଯାହାକି ଜାଭେଲିନ୍ ଥ୍ରୋ ଦୁନିଆରେ ଏକ ସ୍ୱର୍ଣ୍ଣ ପଦକ ଭାବରେ ପରିଗଣିତ ।