ଓଡ଼ିଶାରେ ଟମାଟୋ ଫ୍ଲୁ : ଏହା ଏକ ଭାଇରାଲ୍ ରୋଗ କହିଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
କେରଳ ପରେ ଓଡ଼ିଶାରେ ଦେଖିବାକୁ ମିଳିଛି ଟମାଟୋ ଫ୍ଲୁ ।
(ଭୁବନେଶ୍ୱର) : କେରଳ ପରେ ଓଡ଼ିଶାରେ ଦେଖିବାକୁ ମିଳିଛି ଟମାଟୋ ଫ୍ଲୁ । ଏହାକୁ ନେଇ ଟମାଟୋ ଫ୍ଲୁକୁ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହା ଭାଇରାଲ୍ ରୋଗ, ଏହି ସମୟରେ ହୁଏ। ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହସାରା ଫଳିଯିବ, ନାଲି ପଡ଼ିଯିବ, ଜ୍ଵର ହେବ। ରାଜ୍ୟରେ କେତେ କେସ୍ ଏଭଳି ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ। RMRC ଏହି ଭାଇରଲ୍ ଭାଇରସ୍ର ଡିଟେକସନ୍ କରିବେ। ନମୁନା ସଂଗ୍ରହ କରାଯାଇ ପଠାଯିବ।
ଏହାସହ, ହାତ, ମୁହଁ ଓ ପାଦ ରୋଗ ବୋଲି ସନ୍ଦେହ କରାଯାଉଛି। ଏହି ସନ୍ଦେହକୁ ସ୍ପଷ୍ଟ କରିବା ପାଇଁ ନମୁନା ସଂଗ୍ରହ କରି RMRCକୁ ପଠାଯିବ। ଏହା ଏକ ଭାଇରାଲ୍ ରୋଗ, ଏହି ସମୟରେ ହୁଏ। ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହସାରା ଫଳିଯିବ, ନାଲି ପଡ଼ିଯିବ, ଜ୍ଵର ହେବ। ରାଜ୍ୟରେ କେତେ କେସ୍ ଏଭଳି ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ। RMRC ଏହି ଭାଇରଲ୍ ଭାଇରସ୍ର ଡିଟେକସନ୍ କରିବେ। ନମୁନା ସଂଗ୍ରହ କରାଯାଇ ପଠାଯିବ।
ନମୁନା ସଂଗ୍ରହ କରି RMRCକୁ ପଠାଯିବ। ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହେଇଛି। ଜିଲ୍ଲା ଚିକିତ୍ସାଳୟଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି।