ବନ୍ଦଡାକରାର ମିଳିଛି ଅଦ୍ଭୁତ ପୂର୍ବ ସଫଳତା ଓ ସମର୍ଥନ: ପିସିସି ସଭାପତି

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରସ ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଓଡିଶାରେ ବହୁ ମାତ୍ରାରେ ଦେଖାଦେଇଥିଲା । ଆଜି ସକାଳୁ କଂଗ୍ରେସ କର୍ମୀମାନେ ରାଜଧାନୀର ବିଭିନ୍ନ ସ୍ଥାନ ତଥା ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ସତସଙ୍ଗବିହାର, ନୟାପଲ୍ଲୀ, ରସୁଲଗଡ, ଏଜିଛକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ରାଜଧାନୀ ସହ ସବୁ ଜିଲ୍ଲା ରେ ମଧ୍ୟ ରାସ୍ତାରୋକ କରିଥିଲେ ।

ଆଜି ପିସିସି ସଭାପତି ନିରଜଂନ ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନିରେ କହିଛନ୍ତି କି ବନ୍ଦଡାକରାର ଏକ ଅଭୁତ ପୂର୍ବ ସଫଳତା ମିଳିବାସହ ଅଭୁତ ପୂର୍ବ ସମର୍ଥନ ମିଳିଛି । ଲୋକ ମାନଙ୍କ ଅସନ୍ତୋଷ ଏହା ହେଉଛି ପ୍ରତିଫଳକ । ସେ ଲୋକମାନଙ୍କୁ କୃତଜ୍ଞତା ଦେବାସହ ଦନ୍ୟବାଦ ମଧ୍ୟ ଜଣେଇ ଥିଲେ । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆମେ ଏହା କରିଥିଲୁ । ବନ୍ଦବେଳେ ପରୀକ୍ଷାତ୍ରୀ, ମେଡିସିନ ଭ୍ୟାନ, ଆମ୍ବୁଲାନ୍ସକୁ ବାଦ ଦିଆଯାଇଥିଲା । ବନ୍ଦବେଳେ କିଛି ଅସୁବିଧାର ସମ୍ମୁଖିନ ନ ହେବାକୁ ଯେଊଁ ହେଲ୍ପ ଲାଇନ ନମ୍ବର ଦିଆଯାଇଥିଲା ସେ ନମ୍ବର କୁ ୮୫୮ ଜଣ ଫୋନ କରି ଏହି ପଦକ୍ଷପକୁ ପ୍ରଶସାଂ କରିବା କଥା କହିଛନ୍ତି ।

କାଲି ରାଜସ୍ଥାନ ଓ ଆଜି ଆନ୍ଦ୍ର ସରକାର ପେଟ୍ରୋଲରୁ ଭାଟ କମେଇଛନ୍ତି, ରାଜ୍ୟ ସରକାର ମଧ୍ୟ ପେଟ୍ରୋଲରୁ ଭାଟ କମେଇଦେବା ସହ ପେଟ୍ରୋଲକୁ ଜିଏସଟିର ଅନ୍ତର୍ଭୁକ୍ତ କରାଯାଉ । ବିଜେପିକୁ କଟାକ୍ଷ କରି ପିସିସି ସଭାପତ କହିଛନ୍ତି କି ି ଭୁବନେଶ୍ୱରରେ କଳି ଆଉ ଦିଲ୍ଲୀରେ କୋଳାକୋଳି ।

ସେପଟେ ବନ୍ଦ ବେଳେ ବିଶୃଙ୍ଖଳା କାରିଙ୍କୁ କ୍ଷମା ଦିଆଯିବ ନାହିଁ, ବିଶୃଙ୍ଖଳାକାରିଙ୍କ କଂଗ୍ରେସ ରେ ଯାଗା ନାହିଁ ବୋଲି କହିଛନ୍ତି ପସିସି ସଭାପତି ।