ମଞ୍ଚରେ ଭାଷଣ ଦେବା ବେଳେ ବେହୋସ ହୋଇ ପଡିଗଲେ ନୀତିନ ଗଡକରୀ

0

ମହାରାଷ୍ଟ୍ର : ନିର୍ବାଚନ ରାଲିକୁ ସମ୍ବୋଧନ କରି ଭାଷଣ ଦେଉଥିବା ବେଳେ ହଠାତ୍ ଅଚେତ୍ ହୋଇଗଲେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ୟବତମାଲରେ । ଗଡ଼କରୀ ଭାଷଣ ଦେବାକୁ ମଞ୍ଚ ଉପରକୁ ଉଠି କିଛି ସମୟ କହିବା ପରେ ହଠାତ୍ ସେ ଅଚେତ ହୋଇଗଲେ। ମଞ୍ଚ ଉପରେ ଉପସ୍ଥିତ କର୍ମକର୍ତ୍ତା ତାଙ୍କୁ ଧରି ପକାଇଥିଲେ । ଏହାପରେ ଘଟଣା ସ୍ଥଳରେ ଡାକ୍ତରଙ୍କୁ ଡକାଯାଇ ଗଡ଼କରୀଙ୍କ ଚିକିତ୍ସା ଜାରି ରହିଛି । ନୀତିନ ଗଡ଼କରୀ ନାଗପୁର ପ୍ରାର୍ଥୀ ହୋଇଛନ୍ତି। ହେଲେ ସେ ଏକନାଥ ଶିନ୍ଦେଶି ଙ୍କ ଶିବସେନା ପ୍ରାର୍ଥୀ ରାଜଶ୍ରୀ ପାଟିଲ୍ଙ୍କ ପାଇଁ ପ୍ରଚାର କରିବା ପାଇଁ ୟୁବତମାଲ୍ ଯାଇଥିଲେ । ସେ ରାଲିକୁ ସମ୍ବୋଧନ କରିବା ମଝିରେ ହିଁ ଅଚେତ ହୋଇପଡ଼ିଥିଲେ । ମହାରାଷ୍ଟ୍ରର ୟବତମାଲ ସହ ବୁଲଧାନା, ଅକୋଲା, ଅମରାବତୀ, ୱାର୍ଦ୍ଧା , ହିଙ୍ଗୋଳି, ନାନ୍ଦେଡ ଏବଂ ପରଭାନୀରେ ଦ୍ୱିତୀୟ ପର୍ୟ୍ୟା ୟରେ ନିର୍ବା ଚନ ହେବ। ଏପ୍ରିଲ ୨୬ ତାରିଖରେ ଶୁକ୍ରବାର ଏଠାରେ ଭୋଟ୍ ହେବ । ସୁସ୍ଥ ହେବା ପରେ ଏକ୍ସରେ ପୋଷ୍ଟ କରି ନିଜର ଅସୁସ୍ଥସୁତା ସମ୍ପର୍କରେ ସୂଚନା ଦେଇଛନ୍ତି ନୀତିନ ଗଡ଼କରୀ। ସେ ଏକ୍ସରେ ପୋଷ୍ଟ କରି ଲେଖିଛଖି ନ୍ତି “ ମହାରାଷ୍ଟ୍ର ପୁସାଦର ରାଲି ବେଳେ ଅତ୍ୟଧିକ ଗରମ ଯୋଗୁ ମୋତେ ଅସହଜ ଅନୁଭବ ହୋଇଥିଲା । କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ ପରବିର୍ତ୍ତି ବୈଠକରେ ଯୋଗ ଦେବାକୁ ବରୁଦ ଗସ୍ତ କରୁଛି। ଆପମାନଙ୍କର ଭଲପାଇବା ଓ ଶୁଭଶୁକାମନା ପାଇଁ ଅଶେଷ ଧନ୍ୟବାଦ” ।