ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ) ନିଜ ସମର୍ଥନ ପ୍ରତ୍ୟାହାର କରିଛି। ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନେତୃତ୍ୱରେ ଭାଜପା ସରକାର ଅଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, JDU ଆନୁଷ୍ଠାନିକ ଭାବରେ ମଣିପୁର ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି। ଜେଡିୟୁ ୨୦୨୨ରୁ ଭାଜପା ସହିତ ମେଣ୍ଟ କରିଥିଲା, କିନ୍ତୁ ଏବେ ଏହା ଶାସକ ସରକାରଠାରୁ ନିଜକୁ ଦୂରେଇ ରଖିଛି।
୨୦୨୨ରେ, ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ଭାଜପାକୁ ସମର୍ଥନ କରିଥିଲେ, ଯାହା ଭାଜପାର ସ୍ଥିତିକୁ ରାଜ୍ୟରେ ଆହୁରି ମଜବୁତ କରିଥିଲା। ଏବେ ଜେଡିୟୁ ଭାଜପା ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କୁ ଏକ ଆନୁଷ୍ଠାନିକ ଚିଠି ପ୍ରଦାନ କରିଛି।
ଜେଡିୟୁ ସମର୍ଥନ ପ୍ରତ୍ୟାହାର ଏନ ବିରେନ ସିଂଙ୍କ ନେତୃତ୍ୱରେ ସରକାରଙ୍କ ସ୍ୱାସ୍ଥ୍ୟ ଉପରେ କୈାଣସି ପ୍ରଭାବ ପକାଇବ ନାହିଁ। ରାଜ୍ୟ ବିଧାନସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ଏତେ ଶକ୍ତିଶାଳୀ ଯେ ଏହା କୌଣସି ରାଜନୈତିକ ବାଧା ବିନା କ୍ଷମତାରେ ରହିପାରିବ। କିନ୍ତୁ, ବିଜେପି ପାଇଁ ଏହା ଏକ ଆଶ୍ଚର୍ୟ୍ୟଜନକ କାରଣ ବିହାର ଏବଂ କେନ୍ଦ୍ରରେ ଜେଡିୟୁ ଏହାର ମୁଖ୍ୟ ସହଯୋଗୀ ଅଟେ। ୨୦୨୨ ବିଧାନସଭା ନିର୍ବାଚନରେ ଜେଡିୟୁ ୬ ଟି ସିଟ୍ ଜିତିଥିଲା, କିନ୍ତୁ ଫଳାଫଳ ଆସିବା ପରେ ଏହାର ପାଞ୍ଚଜଣ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇଥିଲେ।