ଏସସି- ଏସଟି ଆରକ୍ଷଣରେ ହେବନି କୌଣସି ପରିବର୍ତ୍ତନ: ପାସବାନ

0

ନୂଆଦିଲ୍ଲୀ: ବିଜେପିର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ଆର) ଏସସି- ଏସଟି ସଂର୍ରଣକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛି । ପାର୍ଟି ମୁଖ୍ୟ ଚିରାଗ ପାସବାନଙ୍କ ଆଭିମୁଖ୍ୟକୁ ନେଇ ପାର୍ଟି ତରଫରୁ କୁହାଯାଇଛି କି, ଏଲଜିପି ଅଧ୍ୟକ୍ଷଙ୍କ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ପାସବାନ କହିଛନ୍ତି କି, ପ୍ରଧାନମନ୍ତ୍ରୀ ତାଙ୍କୁ ଆଶ୍ୱସ୍ତ କରିଛନ୍ତି କି ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସଂରକ୍ଷଣର ମୂଳ ବ୍ୟବସ୍ଥା ସହ କୌଣସି ପ୍ରକାରର ପରିବର୍ତ୍ତନ କରାଯିବ ନାହିଁ । ଏଥିସହ ପୂର୍ବ ବ୍ୟବସ୍ଥା ଜାରି ରହିବ ।
ସୁପ୍ରିମ କୋର୍ଟ ଗତ ସପ୍ତାହରେ ଏହି ଦୁଇ ବର୍ଗରେ ଥିବା ସଂରକ୍ଷଣ ବ୍ୟବସ୍ଥାରୁ ବର୍ତ୍ତମାନ ସମୃଦ୍ଧ ହୋଇଥିବା ଏହି ଦୁଇ ବର୍ଗର ଲୋକଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରି ହେବା ଦ୍ୱାରା ଦୁଇ ବର୍ଗରେ ଥିବା ଗରିବ ଲୋକେ ସୁବିଧା ପାଇବେ ଓ ସେମାନଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସିବ ବୋଲି ଅନୁଭବ କରିଥିଲେ କୋର୍ଟ ।
କିନ୍ତୁ ଏହାକୁ ନେଇ ଦେଶବ୍ୟାପୀ ମିଶ୍ର ପ୍ରତିକ୍ରିୟା ଆସିଛି । କିଛି ରାଜନୈତିକ ଦଳ ମଧ୍ୟ ଏହି ପରିବର୍ତ୍ତନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବ ସହ ଏହାକୁ ଆଇନରେ ପରିଣତ ନ କରିବାକୁ ଦାବି କରୁଛନ୍ତି । କୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାର ପାଇଁମଧ୍ୟ ସମସ୍ୟା ସୃଷ୍ଟି କରିଛି । ଏହାକୁ ଏନଡିଏର ସହଯୋଗୀ ଏଲଜିପି ମଧ୍ୟ ବିରୋଧ କରୁଛି ।