କେଉଁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଧିକ ଅପରାଧିକ ମାମଲା ? କିଏ ସବୁଠୁ ଧନୀ?

ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା

0

ନୂଆଦିଲ୍ଲୀ : ଦେଶରେ କେଉଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି କେତେ ଅପରାଧିକ ମାମଲା? ଅପରାଧିକ ମାମଲାରେ ସବୁଠୁ ଆଗରେ ରହିଛନ୍ତି କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ? ଏଥିସହ ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍‌ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ତେବେ ଅପରାଧିକ ମାମଲାକୁ ଆକଳନ କଲେ ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି ଅପରାଧିକ ମାମଲା ରହିଛି,ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଗୋଟିଏ ବି ଅପରାଧିକ ମାମଲା ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନାଁରେ ୪୭ଟି ମାମଲା ରହିଛି । ଏହି ତାଲିକାର ତୃତୀୟରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନମୋହନଙ୍କ ନାଁରେ ମୋଟ ୩୮ଟି ମାମଲା

ସେହିଭଳି ଦେଶର କୋଟିପତି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରହିଛନ୍ତି । ଜଗନମୋହନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୧୦ କୋଟିରୁ ଅଧିକ ଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ।

ସେହିଭଳି ସବୁଠାରୁ କମ୍ ସଂପତି ସହ ତାଲିକାର ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ରହିଛି । କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତି ଥିବା ଏ.ଡି.ଆର୍ ରିପୋର୍ଟରେ ଉଲ୍ଲେଖ ହୋଇଛି ।