ଦଶହରାରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ

ଦଶହରା ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ୨୦ ତାରିଖରେ ପଡୁଥିବା କୁମାରପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରହିବ।

0

(ପୁରୀ) : ଦଶହରା ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ୨୦ ତାରିଖରେ ପଡୁଥିବା କୁମାରପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରହିବ। ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୂଚନାନୁଯାୟୀ , ସେହିପରି ନଭେମ୍ବର ମାସରେ ସମସ୍ତ ରବିବାର ସମେତ ୪ ତାରିଖରେ ଦୀପାବଳି ଓ ୧୬ରେ କାର୍ତ୍ତିକ ମାସ ବଡ଼ ଏକାଦଶୀ, ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ। ଦୀପାବଳୀଠାରୁ ଶ୍ରୀମନ୍ଦିର କର୍ମଚାରୀମାନେ ସ୍ୱତନ୍ତ୍ର ବେଶପୋଷାକରେ ଶ୍ରୀମନ୍ଦିରକୁ ଯିବେ। ଏହାପରେ ଏହି କଟକଣା ପରବର୍ତ୍ତୀ ସମୟରେ ଭକ୍ତଙ୍କ କ୍ଷେତ୍ରରେ ଲାଗୁ ହେବାର ସମ୍ଭାବନା ରହିଛି। ଧର୍ମମାସ କାର୍ତ୍ତିକରେ ହବିଷ୍ୟାଳିମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଜଳସ୍ପର୍ଶ କରିଥାନ୍ତି। ତେଣୁ ସେମାନଙ୍କ ପାଇଁ ଆଧାର କାର୍ଡ ଦେଖାଇ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି। କୋଭିଡ଼ ସମୟରେ ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ।