୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର : ରାଜଧାନୀରେ ୪୦ ଡିଗ୍ରୀ ଅତିକ୍ରମ କରିଛି ପାରଦ

0

ଭୁବନେଶ୍ୱର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର। ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । ଚଳିତ ବର୍ଷ ପ୍ରଥମ ଥର ରାଜଧାନୀରେ ୪୦ ଡିଗ୍ରୀ ଅତିକ୍ରମ କରିଛି ପାରଦ। ସେହିପରି  ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୧.୬ ଡ଼ିଗ୍ରୀ, ହୀରାକୁଦ ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ଚାନ୍ଦବାଲି ୪୦.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୦.୨ ଡ଼ିଗ୍ରୀ, ବାଲେଶ୍ୱର ୩୯ ଡ଼ିଗ୍ରୀ ଓ କେନ୍ଦୁଝର ୩୮.୧ ଡ଼ିଗ୍ରୀ ରେକର୍ଡ କରାଯାଇଛି ।  ଆସନ୍ତା ୨୪ ଘଂଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଖରାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେପଟେ ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।