ପୋଲାଭରମ୍‌ ମାମଲାର ଚୂଡ଼ାନ୍ତ ଶୁଣାଣି ନଭେମ୍ବର ୧୫ରେ

0

(ରିପୋଟରସ ଟୁଡ଼େ): ନଭେମ୍ବର ୧୫ ତାରିଖରେ ପୋଲାଭରମ୍‌ ମାମଲାର ଚୂଡ଼ାନ୍ତ ଶୁଣାଣି କରାଯିବାକୁ କୋର୍ଟ ରାୟ ଦେଇଛନ୍ତି। ଆଜି ପୋଲାଭରମ୍‌ ମାମଲାରେ ସୁପ୍ରମିକୋର୍ଟରେ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି । ଏଥିରେ କୋର୍ଟ ମାଗିଥିବା ବ୍ୟାକ୍‌ ୱାଟର୍‌ ଷ୍ଟଡି ରିପୋର୍ଟ ଉପରେ କେନ୍ଦ୍ର ସରକାର ମତ ରଖିଥିଲେ। ଏହାପରେ ପରିବେଶ ଆଇନ ଉଲ୍ଲଂଘନ ନେଇ ଓଡ଼ିଶାର ଆବେଦନ ଉପରେ ଗତକାଲି କୋର୍ଟ ଶୁଣାଣି କରିଥିଲେ। ପ୍ରକଳ୍ପର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇଥିବାରୁ ଆଉ ଥରେ ବ୍ୟାକ୍ ୱାଟର୍‌ ଷ୍ଟଡି କରାଯାଇଥିଲା ନା ନାହିଁ ଜଣାଇବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ତା’ର ପକ୍ଷ ରଖିଥିଲା। ୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ୱାଟର ଷ୍ଟଡି କରି ରିପୋର୍ଟ ଦେଇଥିବାରୁ ଆଉ ଥରେ ଏହା କରାଯିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଜଣାଇଥିଲେ। ଏହାପରେ କୋର୍ଟ ନଭେମ୍ବର ୧୫ ତାରିଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିଥିଲେ।