ପୁରୀକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବୈଠକ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ସହରର ହୋଟେଲ ବ୍ୟବସାୟୀ ଏବଂ ବୁଦ୍ଧୀଜିବୀ ମାନଙ୍କ ସହ ଟାଉନ ହଲରେ ଆଲୋଚନା କରିଛନ୍ତି। ହୋଟେଲ ଓ କଲ୍ୟାଣ ମଣ୍ଡପରେ ପ୍ଲାଷ୍ଟିକ ଥାଳି ବଦଳରେ ଖଲି ପତ୍ର ବ୍ୟବହାର ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଅଧିକ ଆବର୍ଜନା ସୃଷ୍ଟି କରୁଥିବା ହୋଟେଲ, ଦୋକାନୀ କିମ୍ବା ସଂସ୍ଥା ସେମାନଙ୍କ ନିଜସ୍ଵ ଖର୍ଚ୍ଚ ରେ କମ୍ପୋଷ୍ଟ କରିବେ । ପଲିଥିନ ମହଜୁଦ ଥିବା ମାଲିକଙ୍କ ଘରେ ଘରେ ଚଢ଼ାଉ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଲିଥିନ ପ୍ରସ୍ତୁତ କରୁଥିବା କମ୍ପାନୀ ର ନାମ ପ୍ରିଣ୍ଟଥାଇ ଯଦି ପଲିଥିନ ସହରରେ ବହୁଳ ପରିମାଣରେ ବ୍ୟବହାର ହୁଏ ତେବେ ଆବର୍ଜନା ଉଠେଇବା ଖର୍ଚ୍ଚ ସେହି ସଂସ୍ଥାଠାରୁ ଆଦାୟ କରାଯିବ। କାଗଜ,ଠୁଙ୍ଗା ଖଲିପତ୍ର ଏବଂ କପଡ଼ା ବ୍ୟାଗ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ ସହ ଏ ସଂକ୍ରାନ୍ତୀୟ ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହିତ କରାଯିବା ନେଇ ଶ୍ରୀ ଜିଲ୍ଲାପାଳ କହିଛନ୍ତି। ଏହି ବୈଠକରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିନୟ କୁମାର ଦାସ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।