(ଆଦର୍ଶ ରାଉତ) ଭୁବନେଶ୍ୱର: ମହିଳା ସୁରକ୍ଷାକୁ ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ମହିଳାଙ୍କ ଉନ୍ନତି ଓ ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଥିବା ନେଇ ବାହସ୍ପଟ ମରୁଛି ସରକାର । କିନ୍ତି ଏହା ଖାଲି କାଗଜ କଲମରେ ଯେମିତି ସୀମିତ ହୋଇ ରହିଯାଇଛି । ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଯାହାର ଏକ ନଜିର ଦେଖିବାକୁ ମିଳିଛି ଆରଟିଓ ଅଫିସରେ । ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ସମସ୍ତ କାଗଜ ପତ୍ର ଠିକ କରାଇ ନେବାକୁ ରାଜ୍ୟ ସରକାର ୩ ମାସର ସମୟ ଦେବା ସହ ନିୟମକୁ କୋହଳ କରିଛନ୍ତି । ଫଳରେ ଆରଟିଓ ଅଫିସ ଆଗରେ ଦେଖିବାକୁ ମଳିଛୁ ନାହିଁ ନ ଥିବା ଭିଡ । ଏଥିନେଇ ଛୁଟି ଦିନରେ ମଧ୍ୟ ଅଫିସ ଖୋଳା ଯାଇଛି । ଆଜି ଦ୍ୱିତୀୟ ଶନିବାର ହୋଇଥିଲେ ମଧ୍ୟ ଆରଟିଓ ଅଫିସ ଖାଲା ରହିଛି । ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ସେମାନଙ୍କ ବିଭିନ୍ନ କାଗଜ ପ୍ରସ୍ତୁତ କରିବାକୁ ଆସିଛନ୍ତି ।
କିନ୍ତୁ ବିଡମ୍ବନା, ରାଜ୍ୟ ସରକାର ବା ଆରଟିଓ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଏକ ଧାଡିର ବ୍ୟବସ୍ଥା କରାଯାଇ ନାହିଁ । ମେଂଚେଞ୍ଚ ମେଂଚେଞ୍ଚ ପୁରୁଷଙ୍କ ମଧ୍ୟରେ ଧକ୍କା ପେଲାରେ ମହିଳା ମାନେ ଠିଆହୋଇ ରହିଛନ୍ତି ଦୀର୍ଘ ସମୟ ଧରି ।