ଦୋଷୀ ସାବ୍ୟସ୍ତ ହୋଇ ଜେଲ ଗଲେ କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ
ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ।
(ଦିଲ୍ଲୀ) : ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ। ୨୦୧୭ରେ ଏକ ଅବୈଧ ରାଲିକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ। ଗୁଜରାଟର ମହେସାଣା କୋର୍ଟ ତାଙ୍କୁ ୩ମାସ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜରିମାନା କରାଯାଇଛି।
ଏହି ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଗ୍ନେଶ। ସେ କହିଛନ୍ତି ଯେ, ତଳ କୋର୍ଟ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯିବେ। କୋର୍ଟଙ୍କ ଏହି ରାୟରେ ସେ ବିଚଳିତ ନୁହନ୍ତି। ଦଳିତଙ୍କ ଅଧିକାର ପାଇଁ ସେ ଆନ୍ଦୋଳନ ଜାରି ରଖିବେ ।
ଜିଗ୍ନେଶ କହିଛନ୍ତି ଯେ, ତଳ କୋର୍ଟର ଏହି ରାୟକୁ ମୁଁ ହାଇକୋର୍ଟରେ ଚାଲେଞ୍ଜ କରିବି। ମୋ ବିରୋଧରେ ଯେଉଁ ରାୟ ଆସିଛି ସେଥିରେ ମୁଁ ଦୁଃଖିତ ନୁହଁ। ଦଳିତ ଭାଇ ଭଉଣୀଙ୍କ ଅଧିକାର ପାଇଁ ମୁ ଜେଲ ଯିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।