ଭ୍ୟାକସିନ୍ ବର୍ତ୍ତମାନ ନାହିଁ ,କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ନିର୍ଭର କରେ:ନିରଞ୍ଜନ ମିଶ୍ର,ଜନ ସ୍ଵାସ୍ଥ୍ୟ ନିର୍ଦେଶକ

0

ଭୁବନେଶ୍ୱର: ଚୀନର କରୋନା ସ୍ଥିତି ଏବେ ବି ସାଂଘାତିକ । ଏହାରି ଭିତରେ ଚୀନର ସେଣ୍ଟର ଫୋର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ମ୍ୟାନେଜମେଣ୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛି । ମାସକୁ ଥରେ କୋଭିଡ୍ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି । ସେପଟେ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଗତକାଲି କୋଭିଡ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି କଣ ଅଛି । ହକି ୱାର୍ଲଡ଼ କପ ଆଗକୁ ଅଛି,କଣ କରାଯାଇପାରିବ,ଏନେଇ ଆଲୋଚନା ହୋଇଥିଲା । ବର୍ତମାନ ସୁଦ୍ଧା ପ୍ୟାନିକ ହେଲା ଭଳି ସ୍ଥିତି ହୋଇନାହିଁ । ନା ଭାରତରେ ଫିଗର ବଢୁଛି ନା ଓଡ଼ିଶାରେ ବଢୁଛି,ଏଭିଡ଼େନ୍ସ ବେସ୍ଡ କାମ କରିବାକୁ ପଡିବ ଅବସ୍ଥା ଦେଖି ବ୍ୟବସ୍ଥା କରିବା,ବର୍ତ୍ତମାନ କଣ ସ୍ଥିତି ରହିଛି । ସେନେଇ ଆମେ ସରକାରଙ୍କୁ ଅବଗତ କରିଛୁ,ନଭେମ୍ବର ୧୧ ପରଠାରୁ ଆମେ ଡେଲି ୧୨ ତଳେ ଅଛୁ,ଅଲ ଇଣ୍ଡିଆ ଆଭରେଜ ଠାରୁ ଆମ ସ୍ଥିତି ଭଲ ଅଛି,ପରିସ୍ଥିତି ଦେଖି ନିଷ୍ପତି ନିଆଯିବ । ବର୍ତ୍ତମାନ ଲୋକ ଆତଙ୍କିତ ନହୁଅନ୍ତୁ,ୟେ ଓମିକ୍ରୋନ ର ସବ୍ ଭ୍ୟାରିଆଣ୍ଟ,ଥାର୍ଡ ୱେଭ ଓମିକ୍ରନ ପାଇଁ ହେଇଥିଲା ଯାହା ଅନେକ ସର୍ଟ ଥିଲା । ହସ୍ପିଟାଲାଇଜେସନ୍ ମଧ୍ୟ କମ୍ ଥିଲା,ତେଣୁ ବର୍ତ୍ତମାନ ସୁଧା ଯାହା ଜଣାପଡୁଛି ଏହା ବ୍ୟାପିପାରେ,ହେଲେ ରୋଗ କରିବାର କ୍ଷମତା କେତେ ରହିବ କିମ୍ବା ହସ୍ପିଟାଲାଇଜେଶନ କେତେ ହେବ ତାହା ବର୍ତ୍ତମାନ ଯାଏଁ ଜଣା ପଡିନି,ସତର୍କତା ଅବଲମ୍ବନ କରିବାର ଆଵଶ୍ୟକତା ରହିଛି । ଆମ ପାଖେ ଏବେ ଭ୍ୟାକ୍ସିନ୍ ନାହିଁ,କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଦେଲେ ଆମେ ଲୋକଙ୍କୁ ଦେବୁ,ଭ୍ୟାକ୍ସିନ୍କୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରନ୍ତି,ମାସ୍କ ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ ଭିଡ଼ ଜାଗାକୁ ଗଲେ ମାସ୍କ ପରିଧାନ କରନ୍ତୁ ଓ ଲକ୍ଷଣ ଦେଖା ଦେଲେ ଟେଷ୍ଟ କରନ୍ତୁ । ଆମ ରାଜ୍ୟରେ ଅନ୍ୟ ରାଜ୍ୟ ଅପେକ୍ଷା ପ୍ରଭାବ ମାସେ ଦେଢ଼ ମାସ ପରେ ପଡେ,ଆମ ହାତରେ ଏବେ ସମୟ ଅଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।