ମେଡିସିନରେ ନୋବେଲ ପୁରସ୍କାର ପାଇଁ ୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଚଳିତବର୍ଷ ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ଏଥର ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା ହୋଇଛି । ନୋବେଲ ପୁରସ୍କାର କମିଟି ପକ୍ଷରୁ ଆମେରିକାର ହାର୍ଭେ ଜେ ଅଲଟର, ଚାର୍ଲସ ଏମ ରାଇସ ଏବଂ ବ୍ରିଟିଶ ବୈଜ୍ଞାନିକ ମାଇକେଲ ହଟନଙ୍କୁ ଚୟନ କରାଯାଇଛି । ଏହି ବୈଜ୍ଞାନିକମାନେ ହେପାଟାଟ୍ସ ‘ସି’ ଭାଇରସ ଆବିଷ୍କାର ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁରସ୍କାର ରାଶି ବାବଦରେ ଏମାନଙ୍କୁ ୧୧ ଲକ୍ଷ ୨୦ ହଜାର ଡଲାର ପ୍ରଦାନ କରାଯାଇଛି । ଏହି ଅର୍ଥରାଶିକୁ ୩ ଜଣଙ୍କ ମଧ୍ୟରେ ସମାନ ଭାବେ ପ୍ରଦାନ କରାଯିବ ।