(ଚିତ୍ତରଞ୍ଜନ ସାହୁ)ବରଗଡ଼: ବରଗଡ଼ ଲୋକସଭା ଓ ଜିଲ୍ଲାର ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଗତ ୧୯ ତାରିଖ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଆଜି ବିଧିବଦ୍ଧ ଭାବେ ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଉଟଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପ୍ରାର୍ଥୀ ଭାବେ ବରଗଡ଼ ଏଡ଼ିଏମଙ୍କ କାର୍ଯ୍ୟାଳୟରେ ଦିନ ୧୧ଟା ୩୦ମିନିଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ରକୁ ବରଗଡ଼ ଏଡ଼ିଏମ ତପିରାମ ମାଝୀ ଗ୍ରହଣ କରି ଶକ୍ତି ଓ ଶ୍ରମ ମନ୍ତ୍ରୀଙ୍କୁ ଶପଥ କରାଇଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଭଗବାନଙ୍କ ଆଶ୍ରିବାଦ ନେଇ ଦଳୀୟ କର୍ମୀଙ୍କ ସହ ବରଗଡ଼ ଗାନ୍ଧୀ ଛକରୁ ଏକ ଶୋଭା ଯାତ୍ରାରେ ବାହାରି ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।ସେଠାରେ ରାଜ୍ୟ ସରକାରଙ୍କ ବିକାଶ ଯୋଜନା କୁ ନେଇ ନିର୍ବାଚନ ଲଢିବେ ବୋଲି ମନ୍ତ୍ରୀ କହିଛନ୍ତି ।