ସବୁଜ ସାଥୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଦ୍ବାରା ଅଣଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା

0

ସୁବର୍ଣ୍ଣପୁର : ଅଣଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା ।  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହଯୋଗରେ ସବୁଜ ସାଥୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଦ୍ବାରା ଅଣଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାନ ବିଭାଗ କର୍ମଚାରୀ ପ୍ରିୟଦର୍ଶିନୀ ଝାଙ୍କର ଓ ମୁର୍ଗୁଣ୍ଡି ଏଏନଏମ ଶୁର ଶୈବାଲିନି ହୋତା ଅତିଥ୍ ଭାବେ ଯୋଗଦେଇ ପରିବାରରେ ମାଣ୍ଡିଆ, ପନିପରିବା, ମକା, ଡାଲି ଜାତୀୟ ଶସ୍ୟ ଆଦି ପୋଷଣ ଯୁକ୍ତ ଖାଦ୍ୟ ଉତ୍ପାଦନ ନିମନ୍ତେ ଗୁରୁତ୍ବାରୋପ କରିଥିଲେ । ପ୍ରତିଯୋଗିତାରେ ତୁଳସୀ ଗୋଷ୍ଠୀ ପ୍ରଥମ, ବୀର ହନୁମାନ ଗୋଷ୍ଠୀ ଦ୍ଵିତୀୟ ରଘୁନାଥ ଗୋଷ୍ଠୀ ତୃତୀୟ ହୋଇଥିଲେ। ତ୍ରିଲୋଚନ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତର ଏମବିକେ ଓ ସିଆରପିଙ୍କ ସମେତ ସନାତନ ପଧାନ, ଠାକୁର କର୍ମୀ, ଗଦାଧର ପଧାନ, ମନୋରଞ୍ଜନ ପଧାନ ପ୍ରମୁଖ ସହଯୋଗ କରିଥିଲେ। ପରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପ‌ତ୍ର ପ୍ରଦାନ କରାଯାଇଥିଲା ।