(ମମତା ସାମଲ)ରିପୋର୍ଟସଟୁଡେ: ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍ ବଲିଏ-୯’ରେ ସେଲେବ୍ରିଟି କପ୍ଲଙ୍କ ଡ୍ୟାନ୍ସ ଧମାଲ୍ ଦେଖିବାକୁ ମିଳୁଥିବା ବେଳେ ଗତକାଲି ଏହି ଷ୍ଟେଜ୍ରେ ନିଜ ନୃତ୍ୟର ଜଲୱା ଦେଖାଇଥିଲେ ଦିଲ୍ବର୍ ଗର୍ଲ ନୋରା ଫତେହି। ଗତକାଲି ସେ ଏହି ଶୋ’କୁ ଅତିଥି ହୋଇ ଆସିଥିଲେ। ଆଉ ବେଲି ଡ୍ୟାନ୍ସର ଯାଦୁରେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲେ। ଏଥିସହ ନୋରା ତାଙ୍କ ବନ୍ଧୁ ତଥା ପ୍ରତିଯୋଗୀ ନତାଶା ଷ୍ଟେନ୍କୋଭିକ୍ଙ୍କ ସହ ମଧ୍ୟ ପର୍ଫମ କରିଥିଲେ।
‘ନଚ ବଲିଏ-୯’ର ପ୍ରିମିୟର ଶୋ’ ଜୁଲାଇ ୧୯ରେ ପ୍ରସାରିତ ହେବା ପରେ ଏହାକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି। ଏହି ଶୋ ପ୍ରଥମ ସପ୍ତାହରେ ହିଁ ଭଲ ଟିଆର୍ପି ହାସଲ କରିଥିଲା। ଏପରିକି ଏହା ଟପ୍-୫ ଶୋ’ ମଧ୍ୟରେ ବି ସ୍ଥାନ ପାଇଛି।
ଏହି ଶୋ’ରେ ଜଜ୍ ସିଟ୍ରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍ ଓ କୋରିଓଗ୍ରାଫର୍ ଅହମଦ ଖାନ୍। ଏଥର ଶୋ’ର କନ୍ସେପ୍ଟ ଟିକେ ଅଲଗା ରହିଛି। ଏଥର ଶୋ’ରେ ୫ଟି ପ୍ରେଜେଣ୍ଟ ଯୋଡ଼ି ଓ ୫ଟି ଏକ୍ସ କପ୍ଲ ସାମିଲ ହୋଇଛନ୍ତି।