ବାରମ୍ବାର ଟିକସ ହ୍ରାସ ଦାବି ନକରିବାକୁ କହିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗତକାରୀ…

0

ବାରମ୍ବାର ଟିକସ ହ୍ରାସ ଦାବି ନକରିବାକୁ କହିଲେ କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗତକାରୀ । ଶିଳ୍ପ ସହିତ ଜଡିତ ଲୋକମାନଙ୍କୁ ସେ କହିଛନ୍ତି ଯେ ଗରିବ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଇବା ସରକାରଙ୍କୁ ପାଣ୍ଠିର ଆବସ୍ୟକତା ଅଛି । ସେଥିପାଇଁ ଟିକସ ଆବଶ୍ୟକ । ତେଣୁ ଜିଏସ୍ଟି ଏବଂ ଅନ୍ୟାନ୍ୟ ଟିକସରେ ବାରମ୍ବାର ହ୍ରାସ ଦାବି କରନ୍ତୁ ନାହିଁ । ଏହା ଏକ ନିରନ୍ତର ପ୍ରକ୍ରିୟା। ଯଦି ଆମେ ଟିକସ ହ୍ରାସ କରୁ, ତେବେ ଆପଣ ଆହୁରି ଟିକସ ହ୍ରାସ ଦାବି କରିବେ । କାରଣ ଏହା ମଣିଷର ସ୍ୱଭାବ। ଆମକୁ ବୁଝିବା ଉଚିତ ଯେ ଟିକସ ବିନା ସରକାର କଲ୍ୟାଣକାରୀ ଯୋଜନା କିପରି ଚଲାଇବେ?


ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ସରକାର ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚକୁ ୯% କୁ ହ୍ରାସ କରିବା ଦିଗରେ କାର୍ୟ୍ୟ କରୁଛନ୍ତି। ବର୍ତ୍ତମାନ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ୧୪-୧୬%। କିନ୍ତୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାକୁ ୯% କୁ ହ୍ରାସ କରାଯିବ। ଏହା ଭାରତୀୟ ଶିଳ୍ପଗୁଡ଼ିକୁ ବିଶ୍ୱ ବଜାରରେ ଅଧିକ ପ୍ରତିଯୋଗିତାମୂଳକ କରିବ।”ଚୀନ୍ ଏବଂ ଆମେରିକାର ଉଦାହରଣ ଦେଇ ସେ କହିଲେ ଯେ ଚୀନ୍‌ରେ ଲଜିଷ୍ଟିକ୍ସ ଖର୍ଚ୍ଚ ୮%, ଯେତେବେଳେ ଆମେରିକା ଏବଂ ୟୁରୋପରେ ଏହା ପ୍ରାୟ ୧୨%। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଭାରତ ଖୁବ୍ ଶୀଘ୍ର ଏହି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ।

ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଉପରେ ଧ୍ୟାନ ଦେବାକୁ ଗଡକରୀ ଶିଳ୍ପକୁ ନିବେଦନ କରିଥିଲେ, କିନ୍ତୁ ଗୁଣବତ୍ତା ସହିତ ସାଲିସ ନକରିବାକୁ। ସେ କହିଥିଲେ, “ଆପଣମାନେ କେବଳ ଜଣେ ସମ୍ପତ୍ତି ସୃଷ୍ଟିକାରୀ ନୁହଁନ୍ତି ବରଂ ଜଣେ ନିଯୁକ୍ତି ପ୍ରଦାନକାରୀ ମଧ୍ୟ। ଆମେ ଏହି ସୁବର୍ଣ୍ଣ ସମୟର ସୁଯୋଗ ନେବା ଉଚିତ ଏବଂ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଉଚିତ।”କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ଆମଦାନୀ ହ୍ରାସ କରିବାକୁ ପଡିବ ଏବଂ ରପ୍ତାନି ବୃଦ୍ଧି କରିବାକୁ ପଡିବ। ସେ କହିଥିଲେ ଯେ ଦେଶକୁ ବିକଶିତ କରିବା ପାଇଁ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ।