ନୂଆ ରୂପରେ ଆସିବ ୧୦୦ ଟଙ୍କିଆ ନୋଟ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଗତ କିଛିିଦିନ ତଳେ କେନ୍ଦ୍ରୀୟ ବ୍ୟାଙ୍କ କ୍ଷଣୁ ୧୦୦ ଟଙ୍କିଆ ନୋଟ ପ୍ରଚଳନ ପ୍ରସଙ୍ଗରେ ଗୋଟିଏ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୋଟ ଅନ୍ୟ ନୂଆ ନୋଟ ସହ ସାମଞ୍ଜସ୍ୟ ରକ୍ଷା କରିବେ ସହ ଏହି ନୋଟ ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବ । ଏଥିରେ ନୂତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ୱାକ୍ଷର ରହିବ । ୧୯୫୭ ମସିହାରେ ଆଠଗଡ଼ରେ ଜନ୍ମଗ୍ରହଣ କରିଥିବା ଶକ୍ତିକାନ୍ତ ଜଣେ ଅବସରପ୍ରାନ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି ।
ସେ ୨୦୧୮ ଡ଼ିସେମ୍ବର ୧୧ ତାରିଖରେ ଭାରତର ୨୫ ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନୁଯୁକ୍ତି ପାଇଛନ୍ତି । ଏହି ପଦ ପାଇବାରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ । ଗତଥର ୧୦୦ ଟଙ୍କିଆ ନୋଟ ଛୋଟ ଏବଂ ଲାଲ ରଙ୍ଗର ଲେଖା ଯୋଗୁଁ ଅନେକ ସମାଲୋଚକଙ୍କ ଦ୍ୱାରା ଆଦୃତ ହୋଇ ପାରି ନଥିଲା । ଏପରିକି କିଛି ଦିନ ପର୍ଯ୍ୟନ୍ତ ଏହାକୁ କୌଣସି ଦୋକାନୀ ଗ୍ରହଣ କରି ନଥିଲେ । ତେଣୁ ଏଥର ଏହି ନୋଟରେ କିଛି ଆଂଶିକ ପରିବର୍ତନ ଅଣାଯାଇ ଏହାକୁ ସର୍ବଦୃତ କରିବା ପାଇଁ ପ୍ରୟାସ କରାଯାଇଛି ।