ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ

0

ଭୁବନେଶ୍ୱର : ଏଣିକି ଘରୋଇ ସ୍କୁଲ ଭଳି ନୋଟ ବୁକ ଦିଆଯିବ ସରକାରୀ ସ୍କୁଲ ପିଲାଙ୍କୁ | ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକରେ ଉଲ୍ଲେଖ ରହିବ | ଯାହା ଫଳରେ ଅଭିଭାବକ ମାନେ ଜାଣିପାରିବେ ପିଲା କଣ ପଢୁଛି | ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର | କେନ୍ଦ୍ରର କମ୍ ସମ୍ବଳ ସତ୍ତ୍ୱେ ଓଡ଼ିଶା ର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା ହୋଇଛି। ନିର୍ବାଚନ ପାଇଁ ବଜେଟ୍ କହିବା ବିରୋଧୀ ଙ୍କ ଚିରା ଚରିତ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବ୍ଲକ ସ୍ତର ରୁ ୨୦୨୩-୨୪ ଲୋକାଭିମୁଖୀ ବଜେଟ୍ ନେଇ କାର୍ଯ୍ୟକ୍ରମ କରିବାକୁ। ବୁଦ୍ଧିଜୀବୀ ସମ୍ମିଳନୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଏଥିସହ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ରୁ ହେବ | ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବକୁ ପହଂଚିଛି |

ମାର୍ଚ୍ଚ 10ରେ ମାଟ୍ରିକ ପରୀକ୍ଷା | ସଠିକ ଭାବେ ପରୀକ୍ଷା ପରିଚାଳନା ହେବ, କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା | ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି, ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବା କୁ ଚେତାବନୀ ଦେଇଛନ୍ତି | ଏକଥା ଆମ ନଜର କୁ ଆସିଛି | ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ | ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡିକରେ ଥିବା ଶିକ୍ଷକ ଅଭାବ ପୁର୍ଣ ହେବ | ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡିକରେ ମାସ ଟିଚର ରିକୃଟମେଣ୍ଟ କରାଯିବ | ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ |