(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ଦାମୋଦରଙ୍କୁ ନୋଟିସ ହୋଇଛି । କଂଗ୍ରେସ ନେତା ଜୟନ୍ତ ମହାନ୍ତିଙ୍କ ଓଳିଲ ଦାମଙ୍କୁ ନୋଟିସ ପଠାଇଛନ୍ତି । ପାଟକୁରା ନିର୍ବାଚନକୁ ନେଇ ଦାମ କହିଥିଲେ, ପୂର୍ବ ନିର୍ବାଚନରେ କଂଗ୍ରେସକୁ ୪୨ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ଚଳିତ ଥର ମାତ୍ର ୨୦୯୦ଟି ଭୋଟ ମିଳିଛି । ତେବେ ୪୦ ହଜାର ଭୋଟ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟନ୍ତ ମହାନ୍ତି କଂଗ୍ରେସ ଭୋଟ ବିଜେଡିକୁ ବିକିଥିବା କହିଥିଲେ।
ଏହା ଉପରେ ଜୟନ୍ତଙ୍କ କହିବାନୁଯାୟୀ ଦାମଙ୍କ ଅଭିଯୋଗ ପରେ ସେ ଭାଙ୍ଗିପଡିଛନ୍ତି ଏବଂ ମାନସିକ କଷ୍ଟ ପାଉଛନ୍ତି । ତେଣୁ ଦାମ ତାଙ୍କ ବିରୁଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ପ୍ରମାଣ କିମ୍ବା ଉତ୍ତର ରଖନ୍ତୁ ନଚେତ ସେ ଆଇନର ଆଶ୍ରୟ ନେବେ । ଅପରପକ୍ଷରେ ଦାମ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ଜୟନ୍ତଙ୍କୁ ଟାର୍ଗେଟ କରିନଥିଲେ କଂଗ୍ରେସକୁ କହିଥିଲେ ଓ ପୂର୍ବଥର ୪୨ହଜାର ଭୋଟ ପାଇଥିବା ବେଳେ ଏଥରକ ୪୦ହଜାର ଭୋଟ କୁଆଡେ ଗଲା ?