(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ସୁପ୍ରିମ୍ କୋର୍ଟ ମମତା ବାନାର୍ଜୀ ସରକାରକୁ ଅବମାନନା ନୋଟିସ୍ ଜାରି କରିଛନ୍ତି। ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ପିଟିସନ୍ ଆଧାରରେ ଏହି ନୋଟିସ ଜାରି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଉପରେ ଇଣ୍ଟର୍ନେଟ୍ରେ ବିଦ୍ରୂପାତ୍ମକ ଚିତ୍ର ସେୟାର୍ କରିଥିବା ଅଭିଯୋଗରେ ମେ ମାସରେ ଗିରଫ ହୋଇଥିଲେ ପ୍ରିୟଙ୍କା। ମେ ୧୪ ତାରିଖ ଦିନ ସୁପ୍ରିମ୍ କୋର୍ଟ ତାଙ୍କୁ ମୁକ୍ତ କରିଥିଲେ ଓ ତାଙ୍କ ଗିରଫଦାରୀ ସ୍ୱେଚ୍ଛାଚାର ବୋଲି କହିଥିଲେ । ତେବେ କୋର୍ଟଙ୍କ ଆଦେଶର ପ୍ରାୟ ୨୪ ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଥିଲା।