ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି , ପୋଲିସ ନୁହେଁ CISF ସଂସଦ ସୁରକ୍ଷା ଦାୟିତ୍ୱରେ ରହିବ

0

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସିଆଇଏସଏଫ୍ ହାତରେ ସଂସଦ ଭବନର ସୁରକ୍ଷା ଦାୟିତ୍ୱ । ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦ ଭବନ ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ନେଇଛି । ଏବେ ଦିଲ୍ଲୀ ପୋଲିସ ନୁହେଁ ସିଆଇଏସଏଫ ଯବାନ ସଂସଦ ସୁରକ୍ଷା କରିବେ ।

ସୂଚନାନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି । ଫଳରେ ବ୍ୟାପକ ଭାବେ ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗର ନିୟମିତ ନିୟୋଜନ କରାଯାଇପାରିବ ।

ନୂଆ ଓ ପୁରୁଣା ଦୁଇ ସଂସଦ ପରିସର ଏବଂ ତତ୍‌ସଂଲଗ୍ନ ସମସ୍ତ ବିଲିଡିଂର ସୁରକ୍ଷା ସିଆଇଏସଏଫ ଦାୟିତ୍ୱକୁ ଦିଆଯାଇଛି । ଏହାଛଡା ସଂସଦ ସୁରକ୍ଷା ସେବା, ଦିଲ୍ଲୀ ପୋଲିସ, ସିଆରପିଏଫ ମଧ୍ୟ ଉପସ୍ଥିତି ରହିବେ । ସିଆଇଏସଏଫ ଦିଲ୍ଲୀ ଏୟାରପୋର୍ଟ ଏବଂ ଦିଲ୍ଲୀ ମେଟ୍ରୋ ସୁରକ୍ଷା ଦାୟିତ୍ୱରେ ରହିଛି ।