ଆବଶ୍ୟକ ବେଳକୁ ଅନାବଶ୍ୟକ କମ୍ପ୍ୟୁଟର୍ ଶିକ୍ଷକ

0

ଭୁବନେଶ୍ୱର/ରାଜେଶ ସାହୁ : ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହେଇଥିଲା ସରକାରୀ ପାଠଶାଳାରେ କମ୍ପ୍ୟୁଟର୍ ଶିକ୍ଷା । ୨୦୧୪/୧୫ ଶିକ୍ଷାବର୍ଷରୁ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ବୈଜ୍ଞାନିକ,ବୈଷୟିକ ଏବଂ ଇଂଜିନିୟରିଂ(ଆଇସିଟି )କାର୍ଯ୍ୟକ୍ରମ ଆରମ୍ଭ ହେଲା। ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଆଇସିଟି ଅତ୍ୟାବଶ୍ୟକ ହୋଇପଡିଛି । ପାଠପଢା ରୁ ଆରମ୍ଭ କରି ପରୀକ୍ଷ ଫଳ, ନାମଲେଖା, ମେଧାବୃତ୍ତି ପରୀକ୍ଷା, ଏନରୋଲମେଣ୍ଟ ,ମାଟ୍ରିକ ପରୀକ୍ଷା ଫର୍ମ ପୁରଣ , ଅନ୍ ଲାଇନ୍ ଓଇଏସ୍ ପରୀକ୍ଷା , ମୋ ସ୍କୁଲ୍ ଅଭିଯାନ ଓ ସମସ୍ତ ଅଫିସ୍ କାର୍ୟ୍ୟାଳୟ ଚିଠିପତ୍ର ଇତ୍ୟାଦି ସୁଗମ ହେଉଥିଲା। ଆଇଏଲ୍ ଏଣ୍ଡ୍ ଏଫଏସ୍ ନାମକ ଏକ ସଂସ୍ଥା ଏହାକୁ ରାଜ୍ୟ ରେ ପରିଚାଳନା କରୁଥିଲା ବେଳେ ରାଜ୍ୟରେ ସରକାରୀ ପାଠଶାଳା ମାନଙ୍କରେ ପ୍ରାୟ ଆଠ ଶହ କୋଟି ଟଙ୍କା ବ୍ୟୟରେ ଆଇସିଟି କମ୍ପ୍ୟୁଟର୍ ଲ୍ୟାବ୍ ନିର୍ମାଣ କଲେ। ରାଜ୍ୟରେ୪୦୦୦ ଶିକ୍ଷକ କମ୍ପ୍ୟୁଟର୍ ଶିକ୍ଷାଦାନ କରିବାପାଇଁ ନିଜୁକ୍ତି ପାଇଲେ।
ସଂସ୍ଥା ସହ ୫ବର୍ଷର ଚୁକ୍ତି ହେଲା।୫ବର୍ଷ ସରକାରୀ ପାଠଶାଳା ରେ ମୁଲିଆ ମଜୁରୀଆ ଭଳି ଖଟେଇ ମାସକୁ ମାତ୍ର ୪୮୦୦ ଟଙ୍କା ବେତନରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀ ମାନଙ୍କୁ ଛଟେଇ କରିଦେଲା।ବାତାନୁକୂଳ କୋଠରୀ ରେ ବସିଥିବା ବରିଷ୍ଠ ଅଧିକାରୀଙ୍କ ଖାମ୍ ଖିଆଲି ମନୋଭାବ ଓ ଦୁରଦୃଷ୍ଟିର ଅଭାବ ଯୋଗୁଁ ଏବେ ଆବଶ୍ୟକତା ସମୟରେ ସେମାନେ ଅନାବଶ୍ୟକ ହେଇ ଯାଇଛନ୍ତି।କରୋନା ପ୍ରଭାବରେ ଏବେ ରାଜ୍ୟରେ ସ୍କୁଲ୍ ଶିକ୍ଷା ପୁରାପୁରି ଠପ୍ ଥିଲା । ପ୍ରାୟ ଏକ ବର୍ଷ ହେବ ପିଲା ଘରେ ରହି ଅନ୍ – ଲାଇନ୍ ରେ ପାଠ ପଢୁଛନ୍ତି ପରୀକ୍ଷା ଦେଉଛନ୍ତି ।
ଏଭଳି ପରିସ୍ଥିତିରେ ଦୀର୍ଘ ୫ ବର୍ଷ ଧରି ନିଷ୍ଠାପର ଭାବରେ ପାଠଶାଳାରେ ସମସ୍ତ କାର୍ଯ୍ୟ କରିଆସୁଥିବା ୪୦୦୦ କମ୍ପ୍ୟୁଟର୍ ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ କରିବା ପରିତାପର ବିଷୟ। ଏ ବିଷୟରେ ଛଟେଇ ଶିକ୍ଷକ ସଂଘ ବିଭାଗୀୟ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ଏବେ ଚୁପ୍ ରହିଛି ।କରୋନା ର ତୃତୀୟ ଲହର କୁ ଆଖି ଆଗରେ ରଖି ସମସ୍ତ ପିଲା ଙ୍କ ପାଖରେ ଅନଲାଇନ୍ ଶିକ୍ଷା ପହଞ୍ଚାଇବା ନିମନ୍ତେ ଏବେ ରାଜ୍ୟ ସାରା ଛଟେଇ ଶିକ୍ଷକ ଜିଲ୍ଲାପାଳ ଙ୍କୁ ପୁନଃ ନିଜୁକ୍ତି ପାଇଁ ଦାବିପତ୍ର ଦେଇଛନ୍ତି।