ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ବ୍ୟବହାରକୁ ମନା: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
ସ୍ୱାଧୀନତା ଦିବସ ସମାରୋହ ପୂର୍ବରୁ ପ୍ଲାଷ୍ଟିକ ପତାକା ବ୍ୟବହାର ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି ।
(ଦିଲ୍ଲୀ) : ସ୍ୱାଧୀନତା ଦିବସ ସମାରୋହ ପୂର୍ବରୁ ପ୍ଲାଷ୍ଟିକ ପତାକା ବ୍ୟବହାର ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚିଠି ସେଥିରେ କୁହାଯାଇଛି କି ପ୍ଳାଷ୍ଟିକ୍ ସାମଗ୍ରୀରେ ତିଆରି କରାଯାଇଥିବା ଜାତୀୟ ପତାକାକୁ ଠିକ୍ ଭାବେ ଡିସ୍ପୋଜାଲ ସୁନିଶ୍ଚିତ କରିବା ଏକ ବଡ ସମସ୍ୟା ।
ଚିଠିରେ କୁହାଯାଇଛି ଯେ ଜାତୀୟ ପତାକା ଦେଶବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ । ତେଣୁ ସର୍ବଦା ଏହାର ସମ୍ମାନ କରାଯିବା ଆବଶ୍ୟକ । ଜାତୀୟ ପତାକା ପ୍ରତି ସମସ୍ତଙ୍କ ମନରେ ସ୍ନେହ, ଶ୍ରଦ୍ଧା ଓ ଆନୁଗାତ୍ୟ ରହିଛି । ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରୀୟ ଉତ୍ସବ, ସମାରୋହ ଓ ଖେଳ ସମୟରେ କାଗଜ କିମ୍ବା କପଡାରେ ପ୍ରସ୍ତୁତ ଜାତୀୟ ପତାକା ବଦଳରେ ପ୍ଲାଷ୍ଟିକ ସାମଗ୍ରୀରେ ପ୍ରସ୍ତୁତ ପତାକା ଉଡାଯାଉଛି । ତେଣୁ ଜାତୀୟ ସ୍ତରରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ ସମୟରେ ଭାରତୀୟ ପତାକା ସଂହିତା ୨୦୦୨ରେ ରହିଥିବା ପ୍ରାବଧାନ ଅନୁସାରେ କେବଳ କାଗଜରେ ପ୍ରସ୍ତୁତ ଜାତୀୟ ପତାକା ବ୍ୟବହାର ସୁନିଶ୍ଚିତ କରାଯିବା ଉଚିତ । ଚିଠି ସହିତ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ ୧୯୭୧ ଏବଂ ଭାରତୀୟ ଧ୍ୱଜ ସଂହିତା ୨୦୦୨ର କପି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂଲଗ୍ନ କରାଯାଇଛି ।