ଉର୍ଫି ଜାଭେଦଙ୍କୁ ବନ୍ଧୁତାର ହାତ ବଢ଼ିଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର
ସବୁବେଳେ ନିଜର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଛନ୍ତି ଉର୍ଫି ଜାଭେଦ ।
(ମୁମ୍ବାଇ) : ସବୁବେଳେ ନିଜର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଛନ୍ତି ଉର୍ଫି ଜାଭେଦ । ତାଙ୍କ ଡ୍ରେସିଂ ସେନ୍ସ ହେତୁ ପ୍ରାୟତଃ ଟ୍ରୋଲ୍ କରାଯାଏ। କିଛି ଦିନ ତଳେ ଉର୍ଫି ବ୍ରିଟିଶ୍-ଆମେରିକୀୟ ଫ୍ୟାଶନ୍ ଡିଜାଇନର୍ ହ୍ୟାରିସ୍ ରିଡଙ୍କ ଡିଜାଇନ୍ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଆଉଟଫିଟ୍ ଡିଜାଇନ୍ କରିଥିଲେ। ଯାହାକୁ ପିନ୍ଧି ସେ ବହୁତ ଲାଇମଲାଇଟରେ ଥିଲେ।
ତାଙ୍କ ଆଉଟଫିଟ୍କୁ ହୁଏତ ଭାରତରେ ଅଜବ ବୋଲି ବିବେଚନା କରାଯାଇପାରେ, କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଉର୍ଫିଙ୍କ ଫ୍ୟାଶନ୍ ସେନ୍ସ ଉଚ୍ଚ ପ୍ରଶଂସିତ। ହ୍ୟାରିସ୍ ରିଡଙ୍କ ଆଖି ଯେବେ ଉର୍ଫିଙ୍କ ଉପରେ ପଡିଲା, ସେତେବେଳେ ସେ ତାଙ୍କୁ ପ୍ରଶଂସା ନକରି ରହିପାରିଲେ ନାହିଁ।
ସୂଚନାନୁଯାୟୀ , ଅନ୍ତର୍ଜାତୀୟ ଫ୍ୟାଶନ୍ ଡିଜାଇନର୍ ହ୍ୟାରିସ୍ ଉର୍ଫିଙ୍କ ପ୍ରଶଂସା କରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଥିଲେ। ହ୍ୟାରିସ୍ ଲେଖିଥିଲେ, ଉର୍ଫି ବହୁତ ଲୋକପ୍ରିୟ। ସେ ତାଙ୍କ ଶୋ’ର ଲୁକ୍ କ୍ୟାରି କରିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ୪୫ ମିଲିୟନ୍ ଭ୍ୟୁ ପାଇଛି । ଜଣେ ପ୍ରସିଦ୍ଧ ସେଲିବ୍ରିଟି ଡିଜାଇନର୍ ହେଉଛନ୍ତି ହ୍ୟାରିସ୍ ରିଡ୍, ଯିଏକି ଏମା ୱାଟସନ ଏବଂ ହ୍ୟାରି ଷ୍ଟାଇଲ୍ସ ପରି ହଲିଉଡ ଷ୍ଟାରଙ୍କ ପାଇଁ ଆଉଟଫିଟ୍ ଡିଜାଇନ୍ କରିଛନ୍ତି।