ଦିନକୁ ୧୬ କୋଟିର ବିଜୁଳି କିଣୁଛନ୍ତି ରାଜ୍ୟ ସରକାର

0

(ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ଏନଟିପିର ୩ ଟି ୟୁନିଟ୍ ବନ୍ଦ ହେବା ପ୍ରସଙ୍ଗ । ଲଗାଣ ବର୍ଷା ଜାରି ରହୁଥିବା କାରଣରୁ ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ସେଥିପାଇଁ ପ୍ରତିଦିନ ୯୦୦ ମେଗାୱାଟ ର ୧୬ କୋଟି ଟଙ୍କାର ବିଜୁଳି କିଣୁଛନ୍ତି ରାଜ୍ୟ ସରକାର । ଗତ ୪ ଦିନ ହେଲା ବିଜୁଳି କିଣା ହେଉଛି । ଆଉ ୭୨ ଘଣ୍ଟା ସମସ୍ୟା ରହିବ । ଏମସିଲରୁ କୋଇଲା ଆଣିବାରେ ଥିବା ଅସୁବିଧା ଦୂର ହୋଇଛି । ତେଣୁ ୭୨ ଘଣ୍ଟା ମଧ୍ୟରେ ଏନଟିପିସିରେ ବିଜୁଳି ଉତ୍ପାଦନ ଆରମ୍ଭ ହେବ । ଏଣୁ ଆଉ ୩ ଦିନ ବିଜୁଳି କିଣା ହେବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।