୪୦ ଜଣ ଛାତ୍ରଛାତ୍ରୀଙ୍କୁ ଉକ୍ରର୍ଷ ବୃତ୍ତି ପ୍ରଦାନ କଲା ଏନଟିପିସି

0

(କଣିହାଁ/ଜ୍ୟୋତିରଂଜନ ଧର): କଣିହାଁ ବ୍ଲକ ଏନଟିପିସି ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗତ ଶନିବାର ଦିନ ‘ଉକ୍ରର୍ଷ’ ବୃତ୍ତି ପ୍ରଦାନ କରାଯାଇଛି । ପ୍ରକଳ୍ପ ପାରିପାର୍ଶିକ ଥିବା ୧୫ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯାଇଛି । ଗତ ବର୍ଷ ୧୦ମ ପାସ୍ କରିଥିବା ୩୮ଜଣ ମେଧାବୀ ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କୁ ୩ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏନଆଇଟି ଓ ଭିଏସ୍ଏସ୍ୟୁଟି କଲେଜ୍ ୨ଜଣ ଛାତ୍ରଙ୍କୁ ବିଟେକ୍ ଉଚ୍ଚ ଶିକ୍ଷା ନିମନ୍ତେ ୯୦ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି । ଏନଟିପିସି ମୂଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ମୂଖ୍ୟଅତିଥି, ଏଜିଏମ୍ ପିଏମଜିଭି ଶ୍ରୀନିବାସ, ମାନବ ସମ୍ବଳ ବିଭାଗର ଡେପୁଡି ଜେନେରାଲ ମ୍ୟାନେଜର ଜାକିର ଖାନ, ଲୋକସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା, ବରିଷ୍ଠ ପରିଚାଳକ ଏ.କେ.ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ବୃତ୍ତି ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ମୂଖ୍ୟଅତିଥି ଶ୍ରୀ ନାଗ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ ।