(ମମତା ସାମଲ)ରିପୋର୍ଟସଟୁଡେ: ଅନୁଗୁଳ ଜିଲ୍ଲା କଣିହାଁରେ ଅବସ୍ଥିତ ଏନଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି । ଫଳରେ କମ୍ପାନୀର ଆଉ ଏକ ୟୁନିଟକୁ ବନ୍ଦ କରାଯାଇଛି । ଗତ ୪ଦିନ ତଳେ ୩ଟି ୟୁନିଟକୁ ବନ୍ଦ କରାଯାଇଥିଲା ।
ଏନଟିପିସିରେ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକୀୟ କୋଇଲାର ଘୋର ଅଭାବ ଦେଖାଦେଇଛି । ଫଳରେ କମ୍ପାନୀ କତୃପକ୍ଷ ବାଧ୍ୟ ହୋଇ ଗୋଟିଏ ପରେ ଗୋଟିଏ ୟୁନିଟକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଗତ କିଛିଦିନ ତଳେ କମ୍ପାନୀ ତିନୋଟି ୟୁନିଟକୁ ବନ୍ଦ କରିଥିଲା । ଆଜି ୪ ନମ୍ବର ୟୁନିଟକୁ ବନ୍ଦ କରାଯାଇଛି । ଫଳରେ ମୋଟ ୬ଟି ୟୁନିଟରୁ ମାତ୍ର ୨ଟି ୟୁନିଟ କାର୍ୟ୍ୟକ୍ଷମ ରହିଛି । ଏଠାରେ ମୋଟ ୬ଟି ୟୁନିଟରୁ ୩ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ବର୍ତମାନ ଏହା ୧୦୦୦ ୟୁନିଟକୁ ଖସି ଆସିଛି । ଫଳରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି ।
କୋଇଲା ସଙ୍କଟ ନେଇ କମ୍ପାନୀ କତୃପକ୍ଷ ଚିନ୍ତାରେ ରହିଛନ୍ତି । କାରଣ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିବା ପରେ ଅନେକ ଖଣି ବନ୍ଦ ରହିଛି । ଯଦି ଏହି ସମସ୍ୟା ଲାଗିରହେ ତେବେ ଓଡିଶା ସମେତ ଦକ୍ଷିଣ ଭାରତ, ପୂର୍ବ ଭାରତ ଓ ଉତର ଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ ।