(ଜ୍ୟୋତିରଂଜନ ଧର / କଣିହାଁ ) : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡରେ ଆନ୍ଦୋଳନ ୧୧ଦିନ ହେଲାଣି ଜାରୀ ରହିଛି । ଦୈନିକ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଛି । ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏଭଳି ସ୍ଥିତି ଯାରି ରହିଛି । ଫଳରେ କଣିହାଁ ବ୍ଲକ ଅଧିନସ୍ଥ ଏନ୍ଟିପିସି,କଣିହାଁ ପ୍ରକଳ୍ପ ଘାରିଛି କୋଇଲା ସଙ୍କଟ । ଫଳରେ ମୋଟ୍ ୬ୟୁନିଟ୍ ମଧ୍ୟରୁ ୧,୨,୪,୫ ଆଦି ୪ୟୁନିଟ୍ ରେ ବିଦ୍ୟୁତ ଉତ୍ପାଦନ ସପୂର୍ଣ୍ଣ ବ୍ୟାହତ ହୋଇଛି । କୋଇଲା ସଙ୍କଟ ଥିବା ସତ୍ୱେ କେବଳ ୩ ଓ ୬ ୟୁନିଟ୍ ଚାଲୁରହଥିବା ବେଳେ ଏହି ୨ଟି ୟୁନିଟ୍ ରୁ ମାତ୍ର ୧୦୦୦ରୁ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି । ଏନଟିପିସି ଲୋକସଂପର୍କ ଅଧିକାରୀ ଅମିତ ବେହେରାଙ୍କ ସୂଚନା ମୁତାବକ ରବିବାର କୋଇଲା ଶୂନ ପରିମାଣର ଗଛିତ ଅଛି । ଓଡିଶା ଇବ୍ ଭ୍ୟାଲି ଓ ତେଲଙ୍ଗାନାର ଶିଙ୍ଗରେଣୀ ମାଇନ୍ସ ୍ରୁ ଶନିବାର ମାତ୍ର ୧୦ ହଜାର ମେଟ୍ରିକ ଟନ କୋଇଲା ଆସିଥିବା ଶ୍ରୀ ବେହେରାଙ୍କ ସୂତ୍ରରୁ ପ୍ରକାଶ । ତେବେ ଆଗାମୀ ଦିନରେ ଖଣି ବନ୍ଦ ଆନ୍ଦୋଳନ ଯାରୀ ରହିଲେ ଏହାର ପ୍ରଭାବ ୩ ଓ ୬ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନରେ ପ୍ରଭାବ ପଡିବ ପଡିବ ବୋଲି ଜଣାଯାଇଛି ।