ନୂଆଖାଇ ଲାଗି ଲଗ୍ନ ଧାର୍ଯ୍ୟ

0

(ରିପୋର୍ଟସ ଟୁଡ଼େ, ଶୁଭସ୍ମିତା ଦାଶ ): ଆଗକୁ ଆସୁଛି ନୂଆଖାଇ । ଏହା ପଶ୍ଚିମ ଓଡ଼ିଶାର ମୁଖ୍ୟପର୍ବ ବା ଗଣପର୍ବ । ଏନେଇ ଆଜି ଲଗ୍ନ ନିର୍ଦ୍ଦାରଣ ହୋଇଛି । ସକାଳ ୧୦:୫ ରୁ ୧୦:୨୦ ମଧ୍ୟରେ ନବାଗ୍ନ ଲାଗି କରାଯିବ । ଏନେଇ ଆଜି ଅପରାହ୍ନ ୪ ଟାରେ ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମାପୁରା ମନ୍ଦିରଠାରେ ଲଗ୍ନ ଧାର୍ଯ୍ୟ ଉପଲକ୍ଷେ ଏକ ମହାସଭାର ଆୟୋଜନା କରାଯାଇଥିଲା । ପଣ୍ଡିତମାନେ ନବାଗ୍ନ ଭୋଗ ପାଇଁ ଲଗ୍ନ ଧାର୍ଯ୍ୟ କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ଏହି ନବାଗ୍ନ ଲାଗି ହେବ । ସଭାର ନିଷ୍ପତ୍ତିକୁ ବ୍ରହ୍ମପୁରା ମନ୍ଦିରର ଜଣେ ପ୍ରତିନିଧି ମା’ ସମଲେଶ୍ୱରୀ ମନ୍ଦିରକୁ ନେଇ ଯାଇଥାନ୍ତି । ମନ୍ଦିର ମୁଖ୍ୟ ପୂଜକଙ୍କୁ ନିର୍ଦ୍ଧାରିତ ସମୟ ଅନୁସାରେ ଅବଗତ କରାଇବେ ।