ବଲାଙ୍ଗୀର : ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ | ସେପ୍ଟେମ୍ବର ୨୦ ତାରିଖରେ ହେବ ନୂଆଁଖାଇ | ସେହି ଦିନ ୧୦ଟା ୮ରୁ ୧୦ଟା ୪୧ ମଧ୍ୟରେ ହେବ ନବାନ୍ନ ଲାଗି | ଧାର୍ଯ୍ୟ ହେଲା ବଲାଙ୍ଗୀରର ନୂଆଁଖାଇ ଲଗ୍ନ | ମା ପାଟଣେଶ୍ୱରୀ ଓ ମା ସମଲେଶ୍ୱରୀଙ୍କ ରାଶି ନକ୍ଷେତ୍ର ଅନୁଯାୟୀ ଲଗ୍ନ ଧାର୍ଯ୍ୟ | ପାଟଣା ଷ୍ଟେଟ ହାଉସ ହୋଲ୍ଡ ଅଫିସରୁ ଲଗ୍ନ ସମୟ ଘୋଷଣା କରାଯାଇଛି ।
ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି । ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରସାଦ ଭାବେ ସେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।